Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲା କୁକୁରଙ୍କ ସଂଖ୍ୟାରେ ଦେଶରେ ପ୍ରଥମ ଓଡ଼ିଶା – ଭୁବନେଶ୍ୱରରେ ଚିନ୍ତାଜନକ ପରିସ୍ଥିତି @bmcbbsr

କେନ୍ଦ୍ର ସରକାରଙ୍କ 2019ର ପଶୁପାଳନ ବିଭାଗର ରିପୋର୍ଟ ଅନୁଯାୟୀ, ବୁଲା କୁକୁରଙ୍କ ସଂଖ୍ୟାରେ ଦେଶରେ ସବୁଠାରୁ ଆଗରେ ରହିଛି ଓଡ଼ିଶା। ପ୍ରତ୍ୟେକ 1,000 ଲୋକଙ୍କୁ 39.7ଟି ବୁଲା କୁକୁର ଥିବା କଥା ଏହି ତଥ୍ୟରୁ ସ୍ପଷ୍ଟ। ଏହି ସଂଖ୍ୟା ଜାତୀୟ ହାରାହାରି ସଂଖ୍ୟା 11ରୁ ପ୍ରାୟ ଚାରିଗୁଣା ଅଧିକ।

ଭାରତରେ କୁକୁର କାମୁଡ଼ା ସଙ୍କଟ ଏପରି ଗତିରେ ବୃଦ୍ଧି ପାଉଛି ଯାହାକୁ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତାଜନକ ବୋଲି ମନେ କରନ୍ତି। କେବଳ 2024 ମସିହାରେ, ଦେଶରେ 37.17 ଲକ୍ଷ ମାମଲା ରେକର୍ଡ ହୋଇଥିଲା, ଯାହା ହେଉଛି ପ୍ରତିଦିନ ହାରାହାରି 10,000 ରୁ ଅଧିକ କୁକୁର କାମୁଡ଼ା। ଏହି ବୃଦ୍ଧି ରୋଗ ନିବାରଣ ଲକ୍ଷ୍ୟ ଏବଂ ଭୂମିଗତ ବାସ୍ତବତା ମଧ୍ୟରେ ବଢ଼ୁଥିବା ବ୍ୟବଧାନକୁ ସୂଚିତ କରୁଛି।

ରାଜଧାନୀ ଭୁବନେଶ୍ୱରରେ ପରିସ୍ଥିତି ଅଧିକ ଗମ୍ଭୀର ଅବସ୍ଥାକୁ ପହଞ୍ଚିଛି। ସହରର ବିଭିନ୍ନ ଅଞ୍ଚଳରୁ କୁକୁର କାମୁଡ଼ିବା ଘଟଣା ପ୍ରତିଦିନୀୟ ହୋଇପଡ଼ିଛି। ବିଶେଷକରି ଛୋଟ ପିଲା, ବୃଦ୍ଧ ଓ ସାଇକଲ ଓ ଦୁଇଚକିଆ ଚାଳକମାନେ ଅଧିକ ଶିକାର ହେଉଛନ୍ତି।

ସହରରେ ଚାଲୁଥିବା ପଶୁ ନିୟନ୍ତ୍ରଣ ଓ ଟିକାକରଣ ପ୍ରୋଗ୍ରାମ ସମସ୍ୟାକୁ ପୂରାପୂରି ନିୟନ୍ତ୍ରଣ କରିପାରୁନାହିଁ। ବ୍ୟାପକ ସ୍ଟେରିଲାଇଜେସନ, ଟିକାକରଣ ଓ ସଚେତନତା ଅଭିଯାନ ସତ୍ୱେ ପୂରାପୂରି ନିୟନ୍ତ୍ରଣ କରିପାରୁନାହିଁ ସରକାର।

ଲୋକଙ୍କ କହିବା ଅନୁଯାୟୀ, ଅବର୍ଜନା ପରିଚାଳନାରେ ଅନିୟମିତତା, ପ୍ରାଣୀ ପାଳନରେ ନିୟମ ଅଭାବ ଓ ବିଭିନ୍ନ ବିଭାଗର ଅସମନ୍ୱୟ ଏହି ସମସ୍ୟାକୁ ଆଉ ଜଟିଳ କରିଛି।

ଭୁବନେଶ୍ୱରରେ ଏହି ପରିସ୍ଥିତି ଆଗାମୀ ଦିନରେ ନିୟନ୍ତ୍ରଣରୁ ବାହାରିଯିବା ପୂର୍ବରୁ, ପ୍ରଶାସନଙ୍କୁ କଠୋର ଓ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ସଚେତକ ମହଲ ଆହ୍ୱାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ