କୋଟସମଲାଇ ହାଇସ୍କୁଲ ରେ ସଂସ୍କୃତ ସପ୍ତାହ ପାଳିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲରେ ସଂସ୍କୃତ ସପ୍ତାହ ଅନୁଷ୍ଠିତ ହୋଇଥିଲା । ଲଳିତ ହୃଦ୍ୟା ରମଣୀୟ ବେଦଭାଷା ସଂସ୍କୃତର ପ୍ରଚାର ପାଇଁ ଓଡିଶା ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ନିର୍ଦ୍ଦେଶ କ୍ରମେ ୦୬.୦୮.୨୫ ରୁ ୧୨.୦୮.୨୫ ପର୍ଯ୍ୟନ୍ତ ୭ ଦିନ ଧରି ସଂସ୍କୃତ ସପ୍ତାହ ପାଳନ କରାଯାଇଛି । ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ଶୋଭାଷିନୀ ମିଶ୍ର ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢୀ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ସଂସ୍କୃତ ଶ୍ଳୋକ ପଠନ , ରଚନା ଲିଖନ , ସଂସ୍କୃତ ସମ୍ଭାଷଣ , ସଂସ୍କୃତ ଉପକରଣ ପ୍ରଦର୍ଶନୀ , ନୃତ୍ୟ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କବି , ଲେଖକ , ଗାଳ୍ପିକ , ପ୍ରାବନ୍ଧିକ ଭାବରେ ଖ୍ୟାତି ସଂସ୍କୃତ ଶିକ୍ଷକ ଡଃ ପ୍ରଫୁଲ୍ଲ ସାହୁ ସଂସ୍କୃତ ଭାଷାର ମହତ୍ବ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଅମିତ ପାତ୍ର,ହୃଷିକେଶ ପଧାନ , ଶଙ୍ଖସିନ୍ଧୁ ପୁରୋହିତ , ସାନଡାଙ୍ଗ ଓ ଶିକ୍ଷୟତ୍ରୀ ପୂର୍ଣ୍ଣିମା ନାଏକ ସହଯୋଗ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ସୁଧିର ହୋତା ଧନ୍ୟବାଦ ଅର୍ପଣ ଦେଇଥିଲେ ।