ବୀରମହାରାଜପୁର ଉପଖଣ୍ଡ ରାଜସ୍ଵ ଆମଲା ଅଧିକାରୀ ଛୁଟିରେ ଥିବାରୁ ସରକାରୀ କାର୍ଯ୍ୟ ହେଉଛି ବାଧାପ୍ରାପ୍ତ


ବୀରମହାରାଜପୁର (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସମସ୍ତ ରାଜସ୍ୱ ଅମଲା କର୍ମଚାରୀ ଛୁଟିରେ ଅଛନ୍ତି । ରାଜ୍ୟ ସଙ୍ଘର ପୂର୍ବ ନିଷ୍ପତ୍ତି ଅନୁସାରେ ଦଶ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ବିଫଳ ହେବାରୁ ଏହି ଆନ୍ଦୋଳନ କରିବାକୁ ବାଧ୍ୟ ହେଲୁବୋଲି କର୍ମଚାରୀ ମାନେ କହିଛନ୍ତି । ସମୂହ ଛୁଟି ଯୋଗୁଁ ବୀରମହାରାଜପୁର ଉପ ଜିଲ୍ଲାପାଳ କାର୍ଯ୍ୟ।ଳୟ ଠାରେ ଉପଖଣ୍ଡର ଉଲୁଣ୍ଡା ବ୍ଳକ , ଉଲୁଣ୍ଡା ତହସିଲ , ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟ।ଳୟ , ବ୍ଳକ , ତହସିଲ କାର୍ଯ୍ୟାଳୟ ରେ ଅମଲା କର୍ମଚାରୀ ଧାରଣାରେ ବସିଛନ୍ତି । ଯାହାଫଳରେ ସରକାରୀ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ସହିତ ସାଧାରଣ ଲୋକ ଦୂର ଦୂରାନ୍ତରୁ ଆସି ହଇରାଣ ହରକତ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟର ସେକ୍ସନ ଅଫିସର ସଞ୍ଜିବ ବାବୁଙ୍କ ନେତୃତ୍ଵରେ ଗିରିଧାରୀ ହୋତା , ପ୍ରମୋଦ କୁମାର ମହାନ୍ତି, ପ୍ରଜ୍ଞା ପ୍ରକାଶ ପଣ୍ଡା , ପ୍ରଭାସ ତଳିଆ , ସୌମ୍ୟାଶ୍ରୀ ପ୍ରଧାନ , ପ୍ରମିଳା ମେହେର , ସିଦ୍ଧାନ୍ତ ପଣ୍ଡା , ଅନିଲ ବର୍ଗେ ପ୍ରମୁଖ ସାମିଲ ହୋଇଛନ୍ତି । ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଞ୍ଜିବ ବାବୁ ପ୍ରକାଶ କରିଛନ୍ତି ।