Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠାରେ କାଳ ବୈଶାଖୀର ତାଣ୍ଡବ,

ବେଲଗୁଣ୍ଠା,16/05, କିଛି ଦିନର ପ୍ରବଳ ଗୁଳୁଗୁଳି ପରେ ଆଜି ଅପରାହ୍ଣରେ ହୋଇଥିବା କାଳ ବୈଶାଖୀ ଲୋକଙ୍କୁ ପ୍ରବଳ ଗରମରୁ କିଛି ଆରାମ ଦେଇଥିଲେ ମଧ୍ଯ ଏହାର ପ୍ରଭାବରେ ବେଲଗୁଣ୍ଠାରେ ଧ୍ଵଂସ ଲୀଳା ଦେଖିବାକୁ ମିଳିଛି I ବର୍ତ୍ତମାନ ବେଲଗୁଣ୍ଠାରେ ମାଆ ବ୍ରାହ୍ମଣି ଦେବୀଙ୍କ ଯାତ୍ରା ଚାଲିଥିବା ବେଳେ ଆଜିର କାଳ ବୈଶାଖୀ ପ୍ରଭାବରେ ବେଲଗୁଣ୍ଠା ସହରରେ ଯାତ୍ରା ପାଇଁ ହୋଇଥିବା ବିରାଟ ତୋରଣର କପଡ଼ା ଚିରିଯିବା ସହିତ ତୋରଣଟି ଗୋଟିଏ ପାର୍ଶ୍ୱକୁ ଢଳି ପଡିଛି I ସେହିପରି ଯାତ୍ରା ସ୍ଵପ୍ନ ମହଲର ଟେଣ୍ଟ୍ ଉଡିଯାଇଛି I ସହର ଉପକଣ୍ଠରେ ଥିବା ରେଡ୍ ହଟ୍ ରେଷ୍ଟୁରାଣ୍ଟ୍ ର ଟିଣ ଉଡିଯାଇ ଏକ ବୋଲେରୋ ଗାଡ଼ି ଉପରେ ପଡ଼ିବ ଫଳରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି I ଭଗବତ୍ ପାଟଣା ରାସ୍ତାରେ ଏକ ବିରାଟ ଗଛ ଓଲଟି ପଡିବା ଫଳରେ କିଛି ସମୟ ପାଇଁ ଯାତାୟତ ଠପ୍ ହୋଇଯାଇଥିଲା I ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗଛକୁ କାଟି ସଫା କରିବା ପରେ ଯାତାୟତ ସ୍ଵାଭାବିକ ହୋଇଥିଲା I ବିଦ୍ୟୁତ୍ ସରବରାହ ମଧ୍ୟ ବିଛିନ୍ନ ହୋଇଯାଇଛି I