Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଂଶୁଘାତରେ ମହିଳା ମୃତୁ

ବେଲଗୁଣ୍ଠା, 16/05, ଅସହ୍ୟ ଗରମ ଯୋଗୁଁ ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତା ଗ୍ରାମରେ ଅଂଶୁଘାତରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି I ମହିଳା ଜଣଙ୍କ ହେଲେ କଳାସୂତା ଗ୍ରାମର ବିଜୟ ବେହେରାଙ୍କ ସ୍ତ୍ରୀ କୁନି ବେହେରା (55) I କୁନି କୌଣସି କାମରେ ବାଲିସିରା ଗ୍ରାମକୁ ଯାଇ ନିଜ ଗ୍ରାମ କଳାସୂତାକୁ ଫେରୁଥିବା ସମୟରେ କଖାରୁଆ ତୋଟା ନିକଟରେ ଦିନ 12 ଘଣ୍ଟା ତିରିଶି ମିନିଟ୍ ସମୟରେ ଅଚେତ୍ ହୋଇ ପଡ଼ିଯାଇଥିଲେ I ସ୍ଥାନୀୟ ଲୋକେ ଏନେଇ କୁନିଙ୍କ ସ୍ୱାମୀ ବିଜୟକୁ ଖବର ଦେବାପରେ ବିଜୟ ଗ୍ରାମର କିଛି ବ୍ୟକ୍ତିଙ୍କୁ ସହଯୋଗରେ କୁନିଙ୍କୁ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ସେଠାରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ଡ଼ାକ୍ତର କୁନିଙ୍କୁ ମୃତ ଘୋଷଣା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ