Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ 79 ତମ ସ୍ଵାଧୀନତା ଦିବସ ପାଳିତ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ୭୯ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ବୀରମହାରାଜପୁର କଲେଜ ର ଏନ ସି ସି , ସ୍କାଉଟ ଗ୍ରୁପ୍ , ରେଡକ୍ରସ୍ ଗ୍ରୁପ୍ , ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ, ଗଣପତି ଆଦର୍ଶ ଶିକ୍ଷା ନିକେତନ, ଓ ବିଭିନ୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ ପ୍ୟାରେଡ୍ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ପବିତ୍ର ସ୍ୱାଧୀନତା ଦିବସ ରେ ମୂଖ୍ୟ ଅତିଥି ଭବେ ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ କରିଥଲେ l ପ୍ରଥମେ ଦେଶର ସେହି ମହାନାୟକ ଯୋଦ୍ଧା , ବୀରପୁରୁଷ ସ୍ୱାଧୀନତା ସଂଗ୍ରାମୀ , ଯେଉଁ ମାନେ ଆମ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇ ଏ ଦେଶକୁ ସ୍ଵାଧୀନ କରିପାରିଥିଲେ ସେହି ମହାନ୍ ପୁରୁଷ ମହlମlନବ ମହାତ୍ମା ଗାନ୍ଧୀ , ସୁବାଷ ଚନ୍ଦ୍ର ବୋଷ , ସର୍ଦ୍ଦାର ବଲ୍ଲଭ ପଟେଲ , ଲକ୍ଷ୍ମଣ ନାୟକ , ବୀର ସୁରେନ୍ଦ୍ର ସାଏ , ଭଗତ ସିଂ, ଜବାହରଲାଲ ନେହେରୁ, ମାଳତୀ ଚୌଧୁରୀ, ଗୁରୁବାରି ମେହେର ପରି ଅନେକ, ଦେଶ ମାତୃକାର ସେବକ ଙ୍କୁ ପ୍ରଥମେ ଭକ୍ତିପୂତ ପ୍ରଣାମ ଜଣାଇ ଥିଲେ, ଓ ଶାନ୍ତି ମୈତ୍ରୀ ଓ ଏକତାର ଆହ୍ୱାନ ନିଜ ଭିତରେ ବଜାୟ ରଖିଲେ ଆମ ଦେଶ ଉନ୍ନତି ପଥରେ ଆଗେଇ ଚାଲିବା, ସମସ୍ତେ ମିଳିମିଶି ମା ମାଟିର ଉନ୍ନତୀ ସହ ଦେଶର ଉନ୍ନତୀ ପାଇଁ ନିଜକୁ ଉସର୍ଗୀକୃତ କରିପାରିଲେ ଆମ ଦେଶ ସର୍ବଶ୍ରେଷ୍ଠ ଦେଶ ଭାବରେ ସ୍ଥାନ ପାଇବ ବୋଲି ଦିଗ୍ ଦର୍ଶନ ଦେଇଥିଲେ l ଏହି ଅବସରରେ ବିଭିନ୍ନ ସ୍କୁଲ ର ଛlତ୍ର, ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଏହି ଅବସରରେ ଉପଖଣ୍ଡ ପୋଲିସ୍ ଅଧିକାରୀ ହେମନ୍ତ ରାଓ , ରେଭ୍ୟୁନୁ ଅଫିସର୍ ଅଜିତ୍ ମିର୍ଦ୍ଧା , ତହସିଲଦାର ସୁଚିସ୍ମିତା ପାଣିଗ୍ରାହି , ବିଡିଓ ପୁରୁଷୋତ୍ତମ ଧରୁଅ , ଥାନା ଅଧକାରୀ, ଅଗ୍ନି ସେବା ଅଧିକାରୀଙ୍କ ସହ ଅନେକ ଶିକ୍ଷକ, ସମାଜ ସେବୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ