ସ୍ଵାଧୀନତା ଦିବସ ରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ଦିବ୍ୟାଙ୍ଗ ଶିଶୁମାନଙ୍କ ଗହଣରେ ସରପଞ୍ଚ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତ ଦନ୍ତା ପାଲି ଠାରେ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆର ଦ୍ଵାରା ପରିଚାଳିତ ପ୍ରେରଣା ଡେ କେଆର କେନ୍ଦ୍ର ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ଜାତୀୟ ପତାକା ଉତ୍ତୋଳନ କରି ଦିବ୍ୟାଙ୍ଗ ଶିଶୁଙ୍କ ଗହଣରେ ବେଶ୍ କିଛି ସମୟ କଟାଇ ଥିଲେ । ଏହି ଅବସରରେ ଦିବ୍ୟ।ଙ୍ଗ ଶିଶୁ ମାନେ ମନଲୋଭା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅର୍ପିତା କୁମାରୀ ପଣ୍ଡା ସ୍ପେସିଏଲ୍ ଏଜୁକେଟର ପିଡିସିସି ବୀରମହାରାଜପୁର କାର୍ଯକ୍ରମ ପରିଚାଳନା କରିଥିଲେ।