Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଉଡାଇଲେ ତ୍ରିରଙ୍ଗା

ବୀରମହାରାଜପୁର :ପବିତ୍ର ୭୯ ତମ ସ୍ବାଧିନତା ଦିବସ ଅବସରରେ ଉଫୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ ଠାରେ ସରପଞ୍ଚ ଶ୍ରୀୟା କର୍ମୀ ଜାତୀୟ ପତାକା ଉତ୍ତୋଳନ କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଗ୍ରାମ ସ୍ଵରାଜ ଓ ଗ୍ରାମସଭା ର ଆବଶ୍ୟକତା ଉପରେ ମତ ରଖିଥିଲେ । ସ୍ବାଧିନତା ସଂଗ୍ରାମ ଉପରେ ଆଲୋକପାତ କରି ସ୍ବାଧିନତା ସଂଗ୍ରାମୀ ଓ ସହୀଦ ଙ୍କ ସ୍ମୃତି ଚ।ରଣ କରିଥିଲେ। ଉଫୁଲା ଗ୍ରାମ ଶାସନର ସର୍ବାଙ୍ଗୀନ ବିକାଶ ରେ ସହଯୋଗ କାମନା ସହ ଗ୍ରାମ ପଞ୍ଚାୟତ ଦ୍ଵାରା ଆହୂତ ସ୍ଵତନ୍ତ୍ର ଗ୍ରାମ ସଭାରେ ସରପଞ୍ଚ ଶ୍ରୀୟା କର୍ମୀ ସଭାପତିତ୍ବ କରି ଲୋକଙ୍କ ସମସ୍ୟାକୁ ସମାଧାନ ପାଇଁ ଆବଶ୍ୟକ ପଡ଼ିଲେ ଗଣ ଆନ୍ଦୋଳନର ନେତୃତ୍ଵ ନେବେ ବୋଲି ଘୋଷଣା କରିଥିଲେ । ଉପସ୍ଥିତ ପଞ୍ଚାୟତ ବାସୀ ଙ୍କ ମତାମତ ପଞ୍ଚାୟତ କାର୍ଯ୍ୟନିର୍ବ।ହି ଅଧିକାରୀ ମିତ।ଞ୍ଜଳି ରଥ ଗ୍ରାମସଭା ସିଦ୍ଧାନ୍ତ ରେ ଉଲ୍ଲେଖ କରିଥିଲେ। ଏ ଡି ଇ ଓ ଅନନ୍ତ ରାମ ପୂଜାରୀ ଓ ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ସହଯୋଗ କରିଥିଲେ ।ଆଲୋଚନାରେ ପଞ୍ଚାୟତର ଗ୍ରାମସଭା ର ସଭ୍ୟ ସଭ୍ୟା , ଜିପିଏଲଏଫ୍ କର୍ମକର୍ତ୍ତା , ଏସଇଏମ , ୱର୍ଡ ମେମ୍ବର ଅଂଶ ଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ