ଝାରସୁଗୁଡା ୧୬/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ୭୯ ତମ ସ୍ବାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି ।
୭୯ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପରିଚାଳନା ସମିତି ସଭାପତି ମୁରଲୀ ଧର ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବପତାକା ଉତ୍ତୋଳନ କରିବା ସହ ସ୍ବାଧୀନତା ଦିବସ ବିଷୟରେ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ରଥ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁରୁମା ସୁଶ୍ରୀ ଶୀତଳ ଦର୍ଜି ପରିଚାଳନା କରିଥିବା ବେଳେ ଗୁରୁମା ମଞ୍ଜୁଲତା କାଳସେ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବରେ ବରିଷ୍ଠ ସଦସ୍ୟ ସଦାନନ୍ଦ ସା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶ୍ରୀକୃଷ୍ଣ, ବଳରାମ, ରାଧା, ସୁଦାମା ବେଶରେ ସୁସଜ୍ଜିତ ହୋଇ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବୀକା ପରିଚାଳନାରେ ସହଯୋଗ କରିଥିଲେ ।
ପଞ୍ଚଗାଁ ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ
