Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରଙ୍କ ପଞ୍ଚାୟତ ନିର୍ଣ୍ଣାୟକ ଆପରେ ପ୍ରଥମ ସାମାଜିକ ସମୀକ୍ଷା

ଝାରସୁଗୁଡା ୧୬/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ପଞ୍ଚାୟତ ସମିତି ଅନ୍ତର୍ଗତ କତରବଗା ଗ୍ରାମ ପଞ୍ଚାୟତରେ ସରକାରଙ୍କ ପଞ୍ଚାୟତ ନିର୍ଣ୍ଣାୟକ ଆପ ମାଧ୍ୟମରେ ପ୍ରଥମ କରି ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଯୋଜନାରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା । ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଯେଉଁ ସବୁ ତ୍ରୁଟି ଗୁଡ଼ିକ ପରିଲକ୍ଷିତ ହୋଇଥିଲା । ସେ ଗୁଡିକୁ ୭ ଦିନ ମଧ୍ୟରେ ସମାଧାନ କରିବାକୁ କୁହା ଯାଇଥିଲା ।
ବରିଷ୍ଠ ସଦସ୍ୟ ସଉକି ଲାଲ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ବ୍ଲକ ଯୋଗାଣ ଅଧିକାରୀ ଅଜୟ କେର୍କେଟା,ଜିଲ୍ଲା ସାମାଜିକ ସମୀକ୍ଷକ ତୋଫାନ ନାୟକ, ବ୍ଲକ ସାମାଜିକ ସମୀକ୍ଷକ ସୁନୀଲ ସା,ମଧୁସୂଦନ ପଟ୍ଟନାୟକ, ରୋସନ ବେହେରା,ଗ୍ରାମ୍ୟ ସମ୍ବଳ ସଦସ୍ୟା ନିଲାନ୍ଦ୍ରୀ ମହାନନ୍ଦ, ନୀଳିମା ପଧାନ ଓ ସଚିତା ଗଡତିଆ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କଳ୍ପନା କିସାନ ଓ ସୁଧୀର ବାଗ,ବନରକ୍ଷୀ ଯୁଧିଷ୍ଠିର ବାରୁ ଉପସ୍ଥିତ ରହିଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ସୁମିତ୍ରା ଖମାରୀ,ନାଏବ ସରପଞ୍ଚ ସୁରେନ୍ଦ୍ର ପଧାନ,ଏଡିଇଓ ସରୋଜ ନାଏକ, ଜି.ଏସ ଦୀପ୍ତି ବିଶ୍ଵାଳ,ୱାର୍ଡ ସଭ୍ୟ ସଭ୍ୟା, ଏମବିକେ, ସିଆରପି ଏବଂ ଜବକାର୍ଡ ଓ ରାସନ କାର୍ଡ଼ ହିତାଧିକାରୀ ଯୋଗଦାନ କରିଥିଲେ । ଶେଷରେ ପିଇଓ ଜୟ ପ୍ରତାପ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ