Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ପାଳନ

ଝାରସୁଗୁଡ଼ା ୧୬/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅଞ୍ଚଳରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି । ଜାମଗାଁ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ପତାକା ଉତ୍ତୋଳନ କରିଥିବା ବେଳେ ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଏମବିକେ, ସିଆରପି, ଏଡିଇଓ, ଯୋଗାଣ ସହାୟକ, ଜାମଗାଁ ଆଞ୍ଚଳିକ ହାଇସ୍କୁଲର ସମସ୍ତ ଶିକ୍ଷକ,ଛାତ୍ରଛାତ୍ରୀ ଏବଂ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ପ୍ରୀତିପର୍ଣ୍ଣା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଭିକମପାଲି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ୍ମିନୀ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସମିତି ସଭ୍ୟା ବବିତା ମହାପାତ୍ର, ନାଏବ ସରପଞ୍ଚ ଶ୍ୟାମ ସୁନ୍ଦର ବଂଜାରା, ଏଡିଇଓ ମନୋଜ ସାହୁଙ୍କ ସମେତ ୱାର୍ଡ ସଭ୍ୟ,ସଭ୍ୟା, ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।
ଅତାବିରା ଗ୍ରାମ ପଞ୍ଚାୟତରେ ସରପଞ୍ଚ ସଞ୍ଜିତ ପଧାନ ପତାକା ଉତ୍ତୋଳନ କରିଥିଲେ ଏବଂ ପିଇଓ ସରୋଜ ନାଏକ ଧନ୍ୟବାଦ ଦେଇଥିଲେ । ସମିତି ସଭ୍ୟାଙ୍କ ସମେତ ନାଏବ ସରପଞ୍ଚ,ୱାର୍ଡ ସଭ୍ୟ,ସଭ୍ୟା,ସ୍ଥାନୀୟ ଭଦ୍ରବ୍ୟକ୍ତି,ମହିଳା ସଂଗଠନ ସଦସ୍ୟା ଉପସ୍ଥିତ ରହିଥିଲେ । ସ୍ଥାନୀୟ ମିଶ୍ରିଲାଲ ହାଇସ୍କୁଲ ଏବଂ ଆବାସିକ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପ୍ୟାରେଡ଼ ରେ ସାମିଲ ଥିଲେ ।
ସେହିଭଳି ଝାରସୁଗୁଡା ଜିଲ୍ଲା ଫୋଟୋଗ୍ରାଫର ସଙ୍ଘ ପକ୍ଷରୁ ମଧ୍ୟ ପଲସଦା ଛକ ଭୋଇ କମ୍ପ୍ଲେକ୍ସ ଠାରେ ଉପ ସଭାପତି ରାଜେଶ ସିଂହଙ୍କ ଅଧ୍ୟକ୍ଷତାରେ ସ୍ବାଧୀନତା ଦିବସ ପାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସନତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଦୟାକର ପଧାନ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ, ରାମଚନ୍ଦ୍ର ମେହେର, ଖୁସିରାମ ଭୋଇ, ସୁଦାମ ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ l ଏଥିରେ ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ଼ ତଥା ପଞ୍ଚଗାଁ ଅଞ୍ଚଳର ବହୁ ସଂଖ୍ୟକ ଫୋଟୋ ଗ୍ରାଫର ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ପ୍ରଦୀପ ପଟୁଆ ଧନ୍ୟବାଦ ଅର୍ପଣ କରିବା ପରେ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ