Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ଶୁଭାଂଶୁ ଶୁକ୍ଲା…

ନୂଆଦିଲ୍ଲୀ: ନାସାର ଆକ୍ସିଅମ୍-୪ ମିଶନ୍ ସମାପ୍ତ କରି ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି। ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଥିଲା। ଢୋଲ ଏବଂ ଭାରତ ମାତା କି ଜୟ ଧ୍ୱନିରେ ତାଙ୍କୁ ଦିଲ୍ଲୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ସେଠାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଶୁଭାଂଶୁଙ୍କ ପତ୍ନୀ କାମନା ଶୁକ୍ଲା ଏବଂ ତାଙ୍କ ପୁଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ଶୁକ୍ଳା ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ରିପୋର୍ଟରୁ ଜଣା ପଡ଼ିଛି।

ପରେ ସେ ଅଗଷ୍ଟ ୨୫ ତାରିଖରେ ତାଙ୍କ ଘର ଅର୍ଥାତ୍ ଲକ୍ଷ୍ନୌ ଯିବା ନେଇ ଯୋଜନା ରହିବା ସହ ସେଠାରେ ଏକ ବିଶାଳ ରୋଡ ସୋ କରାଯିବା ନେଇ ସୂଚନା ମିଳିଛି। ତେବେ ଶୁଭାଂଶୁ ଶୁକ୍ଲାଙ୍କ ସହିତ ଭାରତର ଗଗନଯାନ ମିଶନ୍ ପାଇଁ ମନୋନୀତ ହୋଇଥିବା ଆଉ ଜଣେ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକୃଷ୍ଣନ୍ ନାୟାର ମଧ୍ୟ ଭାରତ ଫେରିଛନ୍ତି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ୨୫ ଜୁନ୍ ରେ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରୁଥିବା ନାସାର ଆକ୍ସିଅମ୍-4 ସ୍ପେସ୍ ମିଶନ୍ ର ପାଇଲଟ୍ ଥିଲେ ଓ ଜୁଲାଇ ୧୫ ରେ ପୃଥିବୀ କୁ ଫେରି ଆସିଥିଲେ।

ସେ ଗତ ଏକ ବର୍ଷ ଧରି ଆମେରିକାରେ ନାସା, ଆକ୍ସିଅମ୍ ଏବଂ ସ୍ପେସ୍ଏକ୍ସ ରେ ତାଲିମ ନେଉଥିଲେ। ତେବେ ସେ ଅନ୍ୟ ତିନି ଜଣ ମହାକାଶଚାରୀ ପେଗି ହ୍ୱିଟସନ୍ (ଆମେରିକା), ସ୍ଲାଭୋଜ୍ ଉଜନାନସ୍କି-ୱିସନିୱସ୍କି (ପୋଲାଣ୍ଡ) ଏବଂ ଟିବୋର୍ କାପୁ (ହଙ୍ଗେରୀ)ଙ୍କ ସହିତ ୧୮ ଦିନ ପାଇଁ ISS ରେ ଥିଲେ। ଏହି ମିଶନ ସମୟରେ ଗତ ଗୋଟିଏ ବର୍ଷ ଧରି ସେ ତାଙ୍କ ବନ୍ଧୁ ଏବଂ ପରିବାର ଠାରୁ ଦୂରରେ ଥାଇ ଦୁଃଖିତ ଥିବା ସହ ମିଶନ ପରେ ସମସ୍ତ ବନ୍ଧୁ, ପରିବାର ଏବଂ ଦେଶର ସମସ୍ତ ଲୋକଙ୍କୁ ଭେଟିବାକୁ ଉତ୍ସାହିତ ଥିବା ମଧ୍ୟ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ