Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଠୁଆରେ ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ…

କାଠୁଆ: ରବିବାର ସକାଳେ ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନ ହୋଇ  ୭ ଜଣଙ୍କର ମୃତ୍ୟୁ ହେବା ସହ ପାଞ୍ଚ ଜଣ ଆହତ ହୋଇଛନ୍ତି। ତେବେ ଜଙ୍ଗଲୋଟର ରାଜବାଗ ଏବଂ ଯୋଧ ଘାଟି ଗାଁରେ ଏହି ଘଟଣା ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି। ବାଦଲ ଫଟା ବର୍ଷା ଦ୍ୱାରା ପ୍ରଭାବିତ ଯୋଧ ଉପତ୍ୟକାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଙ୍ଗଲୋଟରେ ଭୂସ୍ଖଳନ ଯୋଗୁଁ  ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଧିକାରୀମାନେ କହିଛନ୍ତି।

ଏଥିସହିତ ଯୋଧ ଉପତ୍ୟକାରୁ ୫ ଜଣଙ୍କୁ ଚିକିତ୍ସା ପାଇଁ  ଡାକ୍ତରଖାନାକୁ ପଠାଯାଇଥିବା ମଧ୍ୟ ସୂଚନା ମିଳିଛି। କାଠୁଆ ଜିଲ୍ଲା ବିକାଶ କମିଶନର ରାଜେଶ ଶର୍ମା ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀମାନଙ୍କ ସହିତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ପୋଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂତ୍ର ରୁ ଜଣା ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ଜଳଭଣ୍ଡାରର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଉଝ ନଦୀର ଜଳସ୍ତର ବୃଦ୍ଧି ପାଇଛି।

ତେବେ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଲୋକମାନଙ୍କୁ ସୁରକ୍ଷା ପାଇଁ ଜଳଭଣ୍ଡାରରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପରିସ୍ଥିତି ର ସମୀକ୍ଷା କରି ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ପ୍ରଶାସନକୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ରିଲିଫ୍, ଉଦ୍ଧାର ଏବଂ ସ୍ଥାନାନ୍ତର ପାଇଁ  ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କାର୍ଯ୍ୟାଳୟ ତରଫରୁ କୁହା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ