Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିଲେ ଭକ୍ତ ଦାସ, ଦେଖା କରିବାକୁ ମନା କରିବାରୁ ପାଣ୍ଡିଆନଙ୍କୁ କହିଲେ ‘ତୁମକୁ ମୁଁ ମୋ’ ଜିଲ୍ଲାରେ ସବକଲେକ୍ଟର ଥିବାବେଳୁ ଜାଣେ’

ବିଜେଡି ସୁପ୍ରିମୋ-ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତର ଅବସ୍ଥାରେ ସମ୍ ହସ୍ପିଟାଲରେ ଆଡମିଶନ ହୋଇଥିବା ଖବର ପ୍ରଚାରିତ ହେବା ପରେ ମାନବିକତା ଦୃଷ୍ଟିକୋଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ନିଜ ବିଧାୟକ ପୁଅ ସାଗର ଦାସଙ୍କ ସହ ଯାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ନବୀନଙ୍କୁ ଟିକେ କାଚ ବାହାରୁ ଦେଖିବେ ବୋଲି ଡାକ୍ତରୀ ଟିମକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ନିଜର ଅକ୍ଷମତା ବ୍ୟକ୍ତ କରିଥିଲେ। ଡାକ୍ତରମାନଙ୍କ ସହ ଭକ୍ତଙ୍କ ଏଭଳି ଆଲୋଚନାକୁ ସେଠାରେ ଉପସ୍ଥିତ ଥିବା ପାଣ୍ଡିଆନ ହଜମ କରିପାରିନଥିଲେ।

ସେ ସିଧାସଳଖ ଭକ୍ତଙ୍କୁ ଟାର୍ଗେଟ୍ କରି ‘କାହିଁକି ଡାକ୍ତରମାନଙ୍କୁ ହଇରାଣ କରୁଛନ୍ତି ଓ ଚାପ ପକାଉଛନ୍ତି’ ବୋଲି ପ୍ରଶ୍ନ କରିଥିଲେ। ତେବେ ଭକ୍ତ ଦାସ ‘ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜାଣିବାର ଅଧିକାର ଅଛି’ କହିବା ସହ ‘ତୁମକୁ ମୁଁ ମୋ’ ଜିଲ୍ଲାରେ ସବକଲେକ୍ଟର ଥିବାବେଳୁ ଜାଣେ’ ବୋଲି ପାଣ୍ଡିଆନଙ୍କୁ କହିଥିଲେ। ଯାହା ପାଣ୍ଡିଆନଙ୍କୁ ବାଧି ଯାଇଥିଲା। ଆଉ ପାଲଟା ଜବାବ ଦେଇ ପାଣ୍ଡିଆନ କଟାକ୍ଷ କରି କହିଥିଲେ ଯେ, ସେତେବେଳେ ବି ଆପଣ ନିର୍ବାଚନ ହାରିଯାଇଥିଲେ। ପିସିସି ସଭାପତି ଶ୍ରୀ ଦାସଙ୍କୁ ଅତ୍ୟନ୍ତ ରୁକ୍ଷ ଓ ଅପମାନିତ ଢଙ୍ଗରେ ଏଭଳି କିଛି କଟୁ ସମାଲୋଚନା କରିଥିଲେ ପାଣ୍ଡିଆନ। ଗୋଟିଏ ଜାତୀୟ ରାଜନୀତିକ ଦଳର ରାଜ୍ୟ ସଭାପତିଙ୍କୁ ଏଭଳି ଦୁର୍ବ୍ୟବହାର କିଭଳି ପାଣ୍ଡିଆନ କରିପାରିଲେ ଓ ତାଙ୍କ ଦଳ ଏସବୁକୁ କିପରି ହଜମ କରିଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ