Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ମାମଲା…

ମୁମ୍ବାଇ: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦି ବେଙ୍ଗଲ ଫାଇଲ୍ସ’ର ଟ୍ରେଲର ମୁକ୍ତିଲାଭ କରିଛି। ଏହା ଫାଇଲ୍ସ’ ଫ୍ରାଞ୍ଚାଇଜର ଆଉ ଏକ ଫିଲ୍ମ ଯାହାକି ‘ଦି କାଶ୍ମୀର ଫାଇଲ୍ସ’ ଏବଂ ‘ଦି ତାସକେଣ୍ଟ ଫାଇଲ୍ସ’ ଫିଲ୍ମ ସଫଳତା ପରେ ପରଦାକୁ ଆସିବ। ଫିଲ୍ମର ଟ୍ରେଲରରେ ହିଂସା ଏବଂ ଜିନ୍ନା-ଗାନ୍ଧୀଙ୍କ ରାଜନୀତି ଦେଖାଯିବା ସହ ବିଭାଜନର ଦୁଃଖ ବଙ୍ଗାଲକୁ କିପରି ଧ୍ୱସ୍ତବିଧସ୍ତ କରିଦେଇଥିଲା ତାହା ଦର୍ଶାଯାଇଛି। ତେବେ ଫିଲ୍ମର ଟ୍ରେଲରକୁ ନେଇ ଏବେ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହି ଫିଲ୍ମ ବିଶେଷ କରି ପଶ୍ଚିମବଙ୍ଗର ହିଂସାତ୍ମକ ରାଜନୈତିକ ଇତିହାସର ପ୍ରକୃତ ସାକ୍ଷ୍ୟ ଏବଂ ଐତିହାସିକ ଘଟଣା ଉପରେ ଆଧାରିତ। ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କର ନରସଂହାରକୁ ଏଥିରେ ଦର୍ଶାଯାଇଛି ଯାହାକି ଆଜି ମଧ୍ୟ ଅନେକଙ୍କୁ ଜଣାନାହିଁ। ଫିଲ୍ମର ଟ୍ରେଲରରେ ସ୍ୱାଧୀନତା ପୂର୍ବରୁ ପଶ୍ଚିମବଙ୍ଗ ବିଷୟରେ କୁହାଯାଇଛି ଯେଉଁଥିରେ କଲିକତାର ହାୱଡ଼ା ବ୍ରିଜ୍ ଦେଖାଯିବା ସହ ଝିଅମାନେ ସାଇକେଲରେ ଯାଉଥିବାର ନଜର ଆସିଛନ୍ତି।ଏହା ଭାରତ ନୁହେଁ। ଏହା ପଶ୍ଚିମବଙ୍ଗ ଅଟେ ଯେଉଁଠାରେ ଦୁଇଟି ସମ୍ବିଧାନ ଅଛି। ଗୋଟିଏ ହିନ୍ଦୁମାନଙ୍କର, ଗୋଟିଏ ମୁସଲମାନ ମାନଙ୍କର। ଏପରି କିଛି ସ୍ୱର ଆସୁଥିବାର ମଧ୍ୟ ଟ୍ରେଲରରେ ଦେଖାଯାଇଛି। ପରେ ରାସ୍ତାରେ ଏକ ହତ୍ୟାକାଣ୍ଡ ବିଷୟରେ ମଧ୍ୟ ଦର୍ଶାଯାଇଛି। କେବଳ ଏତିକି ନୁହେଁ ପଶ୍ଚିମବଙ୍ଗକୁ ଯେତେବେଳେ ପାକିସ୍ତାନକୁ ଦେବାକୁ କୁହାଯାଇଛି ସେତେବେଳେ ଜଣେ ମହିଳା କହୁଛନ୍ତି, “ବଙ୍ଗଳା କେବଳ ଏକ ଭୂମି ଖଣ୍ଡ ନୁହେଁ, ଏହା ଭାରତର ଲାଇଟହାଉସ୍ ଅଟେ।”

ଟ୍ରେଲରଟିର ଶେଷରେ ମିଥୁନ ଚକ୍ରବର୍ତ୍ତୀଙ୍କ ଏକ ପ୍ରଶ୍ନ ପଚାରିଛନ୍ତି ଯେ “ଆଜି ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଆମେ କାହିଁକି ସମାନ ସାମ୍ପ୍ରଦାୟିକ ରାଜନୀତି ସହିତ ଲଢ଼ୁଛୁ? ଏହି ଫିଲ୍ମ ‘ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହୋଇଥିବା ବେଳେ ଅଭିଷେକ ଅଗ୍ରୱାଲ, ପଲ୍ଲବୀ ଜୋଶୀ ଏବଂ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ପ୍ରଯୋଜନା ରେ ନିର୍ମିତ ହୋଇଛି। ଏହି ଫିଲ୍ମ ଆସନ୍ତା ୫ ସେପ୍ଟେମ୍ବରରେ ମୁକ୍ତିଲାଭ ହେବା ନେଇ ଘୋଷଣା ହୋଇଛି। ତେବେ ଏଥିରେ ପଲ୍ଲବୀ ଜୋଶୀ, ମିଥୁନ ଚକ୍ରବର୍ତ୍ତୀ ଏବଂ ଅନୁପମ ଖେର ଏବଂ ଦର୍ଶନ କୁମାରଙ୍କ ସମେତ ଅନ୍ୟ ପ୍ରତିଭାଶାଳୀ ଅଭିନେତା ମାନେ ଅଭିନୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ