Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇରେ ପ୍ରବଳ ବର୍ଷା; ସ୍କୁଲ, କଲେଜ ଏବଂ ଅଫିସ୍ ବନ୍ଦ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ସମସ୍ତ ସ୍କୁଲ, କଲେଜ ଏବଂ ଅଫିସ୍ ବନ୍ଦ ରହିଛି। ଗତ ସୋମବାର ଦିନ ମୁମ୍ବାଇରେ ପ୍ରବଳ ବର୍ଷା ହୋଇ ସମଗ୍ର ସହରର କାର୍ଯ୍ୟ ଠପ୍ ହୋଇଯାଇଥିଲା।ତେବେ ଗତ ୮ଘଣ୍ଟା ମଧ୍ୟରେ ସହରରେ ୧୭୭ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାସ୍ତା ଘାଟରେ ପୋଖରୀ ଭଳି ପାଣି ବହିବାରେ ଲାଗିଥିଲା। ଯାହାଫଳରେ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଥିଲେ।

ତେବେ ଲଗାଣ ବର୍ଷା ଫଳରେ ବିମାନ ସେବା ଏବଂ ଯାତାୟାତ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି। କମ୍ ଦୃଶ୍ୟମାନତା ଯୋଗୁଁ ଅନେକ ବିମାନ ବାତିଲ ହେବା ସହ ସ୍ଥାନୀୟ ଟ୍ରେନ୍ ଗୁଡ଼ିକ ମଧ୍ୟ ବିଳମ୍ବରେ ଚାଲୁଥିବା ରିପୋର୍ଟରୁ ଜଣାପଡ଼ିଛି। ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ବିମାନବନ୍ଦରକୁ ଯାଉଥିବା ରାସ୍ତା ଗୁଡିକରେ ପାଣି ଜମି ଯାଇଛି ଓ ଯାହା ଫଳରେ ପ୍ରସ୍ଥାନ ଏବଂ ଆଗମନ ଉଭୟରେ ବିଳମ୍ବ ହେଉଛି। ଫଳରେ ବିମାନ କର୍ତ୍ତୃପକ୍ଷ ଦୁଃଖିତ ଥିବା ଇଣ୍ଡିଗୋ ତରଫରୁ କୁହାଯାଇଛି। ଆଗକୁ ବର୍ଷାର ପରିମାଣ ବଢିବା ସହ ଲୋକ ମାନଙ୍କୁ ସତର୍କ ରହିବାକୁ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାମ ଥିଲେ ହିଁ ଘରୁ ବାହାରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଏଥିସହିତ ଅନେକ ନଦୀ ବର୍ତ୍ତମାନ୍ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ମଧ୍ୟ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ