Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଫାରୀ ଗାଡ଼ି ଖରାପ ହେବାରୁ ଫସିଲେ ୨୦ ପର୍ଯ୍ୟଟକ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ରନଥାମ୍ବୋର ଜାତୀୟ ଉଦ୍ୟାନରେ ଥିବା ଜୋନ ୬ ରେ ଏକ ସଫାରୀ ଗାଡ଼ି ଖରାପ ହେବାଫଳରେ ୨୦ ଜଣ ପର୍ଯ୍ୟଟକ ସେଠାରେ ଫସି ଯାଇଥିଲେ। ଯାହାଫଳରେ ସେମାନଙ୍କ ସହିତ ଥିବା ଗାଇଡ୍ ଅନ୍ୟ ଏକ ଗାଡ଼ି ଆଣିବାକୁ ଯାଇ ପର୍ଯ୍ୟଟକ ମାନଙ୍କୁ ମଝି ରାସ୍ତା ରେ ଛାଡି ପଳାଇଥିଲେ।

ତେବେ ଅନ୍ଧାର ହେବା ପର୍ଯ୍ୟନ୍ତ ଯେତେବେଳେ କୌଣସି ଗାଡ଼ି ର ବ୍ୟବସ୍ଥା ହୋଇପାରିଲା ନାହିଁ ସେତେବେଳେ ପର୍ଯ୍ୟଟକ ଏବଂ ଗାଇଡ୍ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା। ଯାହାର ଭିଡିଓ ବର୍ତ୍ତମାନ୍ ଅନଲାଇନରେ ଭାଇରାଲ ହେବାରେ ଲାଗିଛି। ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିବା ଅଧିକାରୀ ମାନଙ୍କ ତରଫରୁ କୁହାଯାଇଛି। କିନ୍ତୁ ଏହା ପୂର୍ବରୁ ପ୍ରାୟ ଏକ ଘଣ୍ଟା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥିଲା।

ପରେ ପାର୍କ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ତିନି ଜଣ କ୍ୟାଣ୍ଟର ଡ୍ରାଇଭର ଏବଂ ଗାଇଡଙ୍କୁ ଅଭୟାରଣ୍ୟରେ ପ୍ରବେଶ କରିବାକୁ ବାରଣ କରିଥିଲା। ବନ ଉପ ସଂରକ୍ଷକ (DCF) ପ୍ରମୋଦ ଧାକଡ କହିଛନ୍ତି ଯେ ସହକାରୀ ବନ ସଂରକ୍ଷକ ଅଶ୍ୱିନୀ ପ୍ରତାପଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ