Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମାନବନ୍ଦର ଭଳି ଟ୍ରେନରେ ମଧ୍ୟ ଚେକ୍ ହେବ ଲଗେଜ୍ ଓଜନ…

ନୂଆଦିଲ୍ଲୀ: ବର୍ତ୍ତମାନ୍ ରେଳ ଯାତ୍ରୀମାନଙ୍କୁ ନିଜ ଲଗେଜ ଓଜନ ଉପରେ ଧ୍ୟାନ ଦେବାକୁ ପଡ଼ିବ। କାରଣ ବିମାନବନ୍ଦର ଭଳି ଭାରତୀୟ ରେଳବାଇ ମଧ୍ୟ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରିବାର ଏକ ନୂତନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି।

ତେବେ ନୂଆ ନିୟମ ଅନୁଯାୟୀ ରେଳ ଷ୍ଟେସନରେ ଚଢ଼ିବା ପୂର୍ବରୁ ଲଗେଜ୍ ଓଜନ କରାଯିବ ଏବଂ ଯଦି ଲଗେଜ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୁଏ ତେବେ ଏଥିପାଇଁ ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡିବ। ଏହା ଅଧୀନରେ ପ୍ରୟାଗରାଜ ଜଙ୍କସନ୍, କାନପୁର ସେଣ୍ଟ୍ରାଲ୍, ମିର୍ଜାପୁର, ଆଲିଗଡ଼, ଟୁଣ୍ଡଲା ସମେତ ଡିଭିଜନର ପ୍ରମୁଖ ଷ୍ଟେସନଗୁଡ଼ିକରେ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଲଗାଯିବା ନେଇ ସୂଚନା ମିଳିଛି।

ପ୍ରତ୍ୟେକ ଯାତ୍ରୀଙ୍କ ବ୍ୟାଗ୍ ଏବଂ ଲଗେଜର ଓଜନ ଏହି ମେସିନ୍ ସାହାଯ୍ୟରେ ମପାଜିବ। ତେବେ ରେଳବାଇ ବିଭିନ୍ନ ବର୍ଗ ପାଇଁ ଲଗେଜ୍ ସୀମା ମଧ୍ୟ ସ୍ଥିର କରିଥିବା ନେଇ ଜଣା ପଡ଼ିଛି। ତେବେ ଏସି ପ୍ରଥମ ଶ୍ରେଣୀଙ୍କ ପାଇଁ ୭୦ କିଲୋଗ୍ରାମ ଲଗେଜ୍ ଏବଂ ଏସି ଟୁ ପାଇଁ ଏହା ୫୦ କିଲୋଗ୍ରାମରେ ସୀମିତ ରଖା ଯାଇଛି। ଏଥିସହିତ ସ୍ଲିପର ଏବଂ ଏସି ଥ୍ରୀ ପାଇଁ ଏହା ୪୦ କିଲୋଗ୍ରାମ ରଖାଯିବାକୁ ବ୍ୟବସ୍ଥା କରାଯାଇଛି।

ଜେନେରାଲ କମ୍ପାର୍ଟମେଣ୍ଟରେ ଯାଉଥିବା ଲୋକ କେବଳ ୩୫ କିଲୋଗ୍ରାମ ଲଗେଜ ନିଜ ସାଙ୍ଗରେ ନେଇ ଯାଇପାରିବେ। ତେବେ ଯଦି ଯାତ୍ରୀମାନେ ପୂର୍ବରୁ ବୁକିଂ ନ କରି ନିର୍ଦ୍ଧାରିତ ସିମାଠାରୁ ଅଧିକ ଲଗେଜ ନିଅନ୍ତି ତେବେ ତାଙ୍କୁ ଏହାର ୬ ଗୁଣା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ଦେବାକୁ ପଡିପାରେ ବୋଲି କୁହାଯାଇଛି। ଯାତ୍ରୀମାନଙ୍କ ସୁବିଧା ଏବଂ ଟ୍ରେନରେ ଭାରୀ ଲଗେଜକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବରିଷ୍ଠ ଡିସିଏମ୍ ହିମାଂଶୁ ଶୁକ୍ଲା କହିଛନ୍ତି।ତେବେ ଏହା କେବଳ ଓଜନ ନୁହେଁ। ଆକାର ମଧ୍ୟ ଯାଞ୍ଚ କରିବାରେ ସମର୍ଥ ଅଟେ। ଯଦି ବ୍ୟାଗ ହାଲୁକା ଥିବ କିନ୍ତୁ ଏହାର ଆକାର ବଡ଼ ଥିବ ତେବେ ଏଥିପାଇଁ ମଧ୍ୟ ଅତିରିକ୍ତ ଚାର୍ଜ ମଧ୍ୟ ଦେବାକୁ ପଡିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ