ରାଜସ୍ଵ ଅମଲା ସଂଘ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ଉନ୍ନୟନ କାମ ରେ ବାଧାପ୍ରାପ୍ତ


ବୀରମହାରାଜପୁର : ରାଜ୍ୟରେ ରାଜସ୍ବ ଅମଲା ସଂଘ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ବୀରମହାରାଜପୁର ବ୍ଲକ ରେ ସମସ୍ତ ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି । ଫଳରେ ଲୋକମାନେ ବ୍ଲକ ଅଫିସ କୁ ଆସି ହଇରାଣ ହେଉଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୧ ତାରିଖରୁ ବୀରମହାରାଜପୁର ବ୍ଲକ ର ତିନିଜଣ ଅମଲା( କିରାଣୀ) କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ବ୍ଲକ ର ସେକ୍ସନ ଅଫିସର , ଉନ୍ନୟନ ବିଭାଗ କିରାଣୀ , କେଶୀୟର ( ଅର୍ଥ ବିଭାଗ କିରାଣୀ), ତଥା ପ୍ରଶାସନିକ କିରାଣୀ ୯ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ବ୍ଲକ ଅଫିସ ଆସୁନାହାନ୍ତି । ଫଳରେ ବ୍ଲକ ର ସମସ୍ତ କାର୍ଯ୍ୟ ଠପ୍ ହୋଇ ପଡ଼ିରହିଛି । ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଆବାସ ଯୋଜନା ର ବିଲ୍ ପାରିତ ନ ହୋଇ ପଡ଼ିରହିଛି। ଆଗକୁ ନୂଆଁଖାଇ ପରବ ରହିଛି । ଉନ୍ନୟନ କାର୍ଯ୍ୟ ର ବିଲ୍ ପୈଠ ନ ହେବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବୃଦ୍ଧ ବୃଦ୍ଧା , ଭିନ୍ନକ୍ଷମ ଙ୍କ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ଭାରପ୍ରାପ୍ତ ବିଡ଼ିଓ ପୁରୁଷୋତ୍ତମ ଧରୁଆ ଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ଲକ ର କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଛି । କେବେ ସେମାନଙ୍କ ଆନ୍ଦୋଳନ ବନ୍ଦ ହେବ କହିହେବ ନାହିଁ।