ବୀରମହାରାଜପୁର : (ସୌମିତ୍ରି ମେହେର) ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ୟୁଥ ଫୋଟୋଗ୍ରାଫର ସଂଘ ପକ୍ଷରୁ ବୀରମହାରାଜପୁର ବ୍ଲକ ସୁବଳୟାଠାରେ ଏହି ଦିବସ ପଳିତ ହୋଇଯାଇଛି । ସୁବଳୟା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଟ ଫଟୋଗ୍ରାଫର ଚିତରଂଜନ ବିଶି, ସମ୍ବଲପୁର ଫଟୋଗ୍ରାଫର ସଂଘର ପୁର୍ବତନ ସଂପାଦକ ସତ୍ୟଜିତ ପଣ୍ଡା, ଉପ ସଭାପତି ବିପିନ ବିହାରୀ ନାୟକ , ବରିଷ୍ଟ ସାମ୍ବାଦିକ ଶେଷଦେବ ବାରିକ ଏବଂ ନମୀତା ହୋତା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଫଟୋଗ୍ରାଫି ଦିବସର ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ । ସେହିଭଳି ବରିଷ୍ଟ ସାମ୍ବାଦିକ ତଥା ଫଟୋଗ୍ରାଫର ରବୀନ୍ଦ୍ର ହୋତା ଅତିଥି ଭାବରେ ଯୋଗଦେଇ ତାଙ୍କ ଦିର୍ଘ ୩୫ ବର୍ଷର ଫଟୋଗ୍ରାଫି ଜୀବନର ମଧ୍ୟରେ ମେନୁଆଲ ଫଟୋଗ୍ରାଫିରୁ ଆରମ୍ଭ କରି ବର୍ତମାନର ଡିଜିଟାଲ ଫଟୋଗ୍ରାଫି ପର୍ଯ୍ୟନ୍ତ ଇତିହାସକୁ ବଖାଣିଥିଲେ । ଫଟୋଗ୍ରାଫି ଏକ କଳା ହୋଇଥିବାବେଳେ ଏହାକୁ ବୃତି ଭାବେ ଆପଣେଇନଥିବା ଫଟୋଗ୍ରାଫରମାନେ କିମ୍ବା ସୌଖିନ ଫଟୋଗ୍ରାଫରମାନେ ଫୋଟୋଗ୍ରାଫି ଉପରେ ଅଧିକରୁ ଅଧିକ ଶିଖିବାର ଆଗ୍ରହ ରଖିଲେ ନିହାତି ଆଗକୁ ବଢିପାରିବେବୋଲି ଅତିଥିମାନେ ତାଙ୍କର ବକ୍ତବ୍ୟରେ କହିଥିଲେ । ଫଟୋଗ୍ରାଫର ପ୍ରଦ୍ୟୁମ୍ନ ନାଏକଙ୍କ ସଂଯୋଜାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିକନ କମ୍ପାନୀର ବିଜନେସ ମେନେଜର ଯୋଗଦେଇ କମ୍ପନାୀ ପକ୍ଷରୁ ଥିବା ଅନେକ ରିହାତି ସମ୍ପର୍କରେ ଫଟୋଗ୍ରାଫରମାନଙ୍କୁ ଜଣାଇଥିଲେ । ଆସନ୍ତା ସେପ୍ଟେମ୍ବର ମାସରେ ଭୂବନେଶ୍ୱରରେ ଦୁଇଟି ପର୍ଯ୍ୟୟରେ ଫଟୋ ଫେୟାର ଅନୁଷ୍ଠିତ ହେବାକୁଥିବାବେଳେ ଏହି ଅବସରରେ ତାର ପୋଷ୍ଟରକୁ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଯୁବ ଫଟୋଗ୍ରାଫର ଯୋଗଦେଇଥିଲେ ।
ସୁବଳୟାରେ ବିଶ୍ଵ ଫଟୋ ଗ୍ରାଫି ଦିବସ ପାଳିତ
