Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମଦ୍ ଭଗବଦ୍ ଗୀତା ଅକ୍ଷର ବ୍ରହ୍ମ ଯୋଗ ଉପରେ ବିବେଚନା

ସମ୍ବଲପୁର : ସନାତନ ହିନ୍ଦୁଧର୍ମ ହେଉଛି ବିଶ୍ୱର ସର୍ବ ପ୍ରାଚୀନ ଧର୍ମ | ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ | ଠିକ୍ ସେହିପରି ମୃତ୍ୟୁପରେ ଜୀବର କର୍ମ ଅନୁସାରେ ତାହାର ବିଭିନ୍ନ ଯୋନିରେ ଜନ୍ମ ଏବଂ କର୍ମଫଳ ଭୋଗ କରିବା ମଧ୍ୟ ସୁନିଶ୍ଚିତ | ଯେ ଯାହାକୁ ଉପାସନା କରୁ, ପରିଶେଷରେ ତାହା ସର୍ଵ ଶକ୍ତିମାନ୍ ପରମେଶ୍ୱର ପରମାତ୍ମାଙ୍କ ନିକଟକୁ ପହଞ୍ଚିଥାଏ | ଜୀବ ମାନଙ୍କ ମଧ୍ୟରେ ମାନବ ଜନ୍ମ ହେଉଛି ସର୍ବଶ୍ରେଷ୍ଠ ଜନ୍ମ ଏବଂ ଜୀବନମୁକ୍ତି ହେଉଛି ମାନବ ଜୀବନର ଅନ୍ତିମ ଲକ୍ଷ୍ୟ | ତେଣୁ , ସମସ୍ତେ ନିୟମିତ ଶ୍ରୀମଦ୍ ଭଗବଦ୍ ଗୀତା ଅଧ୍ୟୟନ କରି ତଦନୁସାରେ ଆଚରଣ କଲେ ମାନବ ଜୀବନ ସାର୍ଥକ ହେବ ବୋଲି ଅକ୍ଷର ବ୍ରହ୍ମ ଯୋଗ ଉପରେ ପ୍ରବଚନ ଦେଇ ଗବେଷକ ତଥା ଇଞ୍ଜିନିୟର ବିଭୁତି ନାରାୟଣ ମାଝୀ ମତବ୍ୟକ୍ତ କରିଛନ୍ତି |
ଆଜି ପୂର୍ବାହ୍ନରେ ପ୍ରଫେସର ଡ଼ଃ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ସମ୍ମିଳନୀ କକ୍ଷଠାରେ ପୁଣ୍ୟାତ୍ମା ସ୍ବର୍ଗତ ବିପିନ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଶ୍ରୀମଦ୍ ଭଗବଦ୍ ଗୀତାର ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗ ଉପରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ସମାରୋହରେ ଗବେଷକ ତଥା ଇଞ୍ଜିନିୟର ବିଭୁତି ନାରାୟଣ ମାଝୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଅକ୍ଷର ବ୍ରହ୍ମ ଯୋଗ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ |
ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭ୍ୟସଚିବ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ପ୍ରାରମ୍ଭିକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଫେସର ଡ଼ଃ ଶଙ୍କର ପ୍ରସାଦ ପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ଇଞ୍ଜିନିୟର ନିର୍ମଳ କର ଶ୍ରୀମଦ୍ ଭଗବଦ୍ ଗୀତାର ଅଷ୍ଟମ ଅଧ୍ୟାୟ ପାଠ କରିଥିଲେ | ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶ୍ରୀଯୁକ୍ତ ପୃଥ୍ଵୀରାଜ ମିଶ୍ର |
ପ୍ରାରମ୍ଭରେ ମାଁ ସରସ୍ବତୀ ଏବଂ ପୂଣ୍ୟାତ୍ମା ସ୍ବର୍ଗତ ବିପିନ ବିହାରୀ ପଣ୍ଡାଙ୍କ ଫଟୋଚିତ୍ରରେ ସମସ୍ତଙ୍କ ଦ୍ୱାରା ପୁଷ୍ପ ମାଲ୍ୟାର୍ପଣ ସହ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା ପୂର୍ବକ ଭକ୍ତିଅର୍ଘ୍ୟ ଅର୍ପଣ କରାଯାଇଥିଲା | ଏହି ଆଧ୍ୟାତ୍ମିକ ସମାରୋହରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର କର୍ମକର୍ତ୍ତା ଓ ସଭ୍ୟସଭ୍ୟାଙ୍କ ସମେତ ଶତାଧିକ ସଂଖ୍ୟାରେ ସମ୍ବଲପୁର ମହାନଗରର ଆଧ୍ୟାତ୍ମପ୍ରେମୀ ଭଦ୍ରବ୍ୟକ୍ତି ଭଦ୍ରମହିଳା ବୁଦ୍ଧିଜୀବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ | ଶେଷରେ ଡ଼ଃ ଶ୍ରୀମତୀ ନିଳେନ୍ଦ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ