Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁତ କାମ କରାଇଛନ୍ତି ଆର୍ୟାନ ଖାନ୍: ବବି ଦେଓଲ

ମୁମ୍ବାଇ: ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ୱେବ୍ ସିରିଜ୍ “ଦି ବ୍ୟାଡ୍ସ ଅଫ୍ ବଲିଉଡ୍” ମାଧ୍ୟମରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଛନ୍ତି। ସିରିଜର ପ୍ରିଭ୍ୟୁ ଲଞ୍ଚ ସମୟରେ ଶାହରୁଖ ସମ୍ପୂର୍ଣ୍ଣ ଟିମ୍ ସହିତ ସେଠାରେ ଉପସ୍ଥିତ ଥିଲେ। ତେବେ ଆର୍ୟାନଙ୍କୁ ମଞ୍ଚକୁ ଡାକିବା ପୂର୍ବରୁ ଶାହରୁଖ ପ୍ରଥମେ ସମଗ୍ର ଷ୍ଟାର କାଷ୍ଟକୁ ଡାକିଥିଲେ ଯେଉଁଥିରେ ବବି ଦେଓଲ ମଧ୍ୟ ସାମିଲ ଥିଲେ।

ବବି ମଞ୍ଚକୁ ଆସି ଆର୍ୟାନଙ୍କ ପ୍ରଶଂସା କରିବା ସହ କିଛି ଅଭିଯୋଗ ମଧ୍ୟ କରିଥିଲେ। ଏକ କାଗଜରେ ନିଜ ଭାବନା ଲେଖିବା ବହୁତ କଷ୍ଟକର ବୋଲି ବବି କହିଥିଲେ ଏଥିସହିତ ଆର୍ୟାନ ବହୁତ୍ ଭଲ କାମ କରିଥିବା ମଧ୍ୟ ସେ କହିଥିଲେ।ଆର୍ୟାନ ସମସ୍ତ ଚରିତ୍ରଙ୍କ ଠାରୁ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରାଇଥିବା ମଧ୍ୟ ସେ କହିଥିଲେ। ତେବେ ଆର୍ୟାନ ସମସ୍ତଙ୍କୁ ବହୁତ କଠିନ ପରିଶ୍ରମ କରାଇଥିବା ମଧ୍ୟ ବବି କହିଥିଲେ। ବାରମ୍ବାର ରିଟେକ ନେଇ ସେ ସମସ୍ତ ଚରିତ୍ରଙ୍କ ଠାରୁ ସେମାନଙ୍କ ସର୍ବୋତ୍ତମ ପ୍ରଦର୍ଶନ କରାଇଥିବା ସେ କହିଛନ୍ତି।

ତେବେ “ଦି ବ୍ୟାଡ୍ସ ଅଫ୍ ବଲିଉଡ” ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଆଧାରିତ, ଯେଉଁଥିରେ ଲକ୍ଷ୍ୟ ଏବଂ ସହର ବାମ୍ବା ଦୁଇଜଣ ଅଭିନେତା ଭୂମିକାରେ ଅଭିନୟ କରିଛନ୍ତି। ବବି ସହରଙ୍କ ପିତା ଏବଂ ଏକ ପୁରୁଣା ସୁପରଷ୍ଟାର ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହି ଶୋ’ ଟି ଆର୍ୟାନ୍ ଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାବେଳେ ଏହାର ଷ୍ଟୋରୀ ମଧ୍ୟ ସେ ହିଁ ଲେଖିଛନ୍ତି। ଏହି ଶୋ ସେପ୍ଟେମ୍ବର ୧୮ ତାରିଖ ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବାକୁ ଯାଉଛି।

ଏଥିରେ ବବି ଦେଓଲ, ସହର, ଲକ୍ଷ୍ୟଙ୍କ ବ୍ୟତୀତ ମନୋଜ ପାହୱା, ମୋନା ସିଂହ, ମନୀଷ ଚୌଧୁରୀ, ରାଘବ ଜୁୟାଲ, ଅନ୍ୟା ସିଂହ, ବିଜୟନ୍ତ କୋହଲି, ରଜତ ବେଦୀ ଏବଂ ଗୌତମୀ କପୁର ମଧ୍ୟ ଅଭିନୟ କରିଛନ୍ତି। ତେବେ ଏହି ଶୋ ଗୌରୀ ଖାନଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ