କଠୋର ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦିଏ


ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ବିଭାଗର ନବାଗତ ଛାତ୍ରଛତ୍ରୀମାନଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି | ଶୁକ୍ରବାର ଏ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ଓଡିଆ ସାହିତ୍ୟର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ | ଇଂରାଜୀ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ ଜୀବନରେ ସାହିତ୍ୟର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ | ଓଡ଼ିଆ ବିଭାଗ ମୁଖ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡl , ଅଧ୍ୟାପକ ପ୍ରକାଶ କୁମାର ସେଠ୍ , ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପିକା ଯାମିନୀ ଦାଶ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ଓ ଜୀବନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ |ସାହିତ୍ୟ ଜୀବନ ଦିଏ , କଠୋର ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ସଫଳତା ଆଣିଦେଇଥାଏ ବୋଲି ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ | ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ସୃଜନିକା ପଣ୍ଡା ସଭା ସଂଯୋଜନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ | ଯୁକ୍ତ ତିନି ଶେଷବର୍ଷ ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ , ନିହାରିକା କର୍ଣ୍ଣ, ଛାତ୍ର ଆଶିଷ ଜଗଦଲl , ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ର ଉମାଶଙ୍କର ହରିପାଲ , ପୂର୍ଣ୍ଣିମା ମେଣ୍ଡିଲି , ପିଙ୍କି ମେହେର , ସୁଷମା , ସ୍ବସ୍ତିକା ପ୍ରଥମବର୍ଷ ଛାତ୍ରଛତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ l