Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିଲା ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା, ମମତାଙ୍କ ପୋଲିସ୍ ଦେବେ Z କାଟାଗୋରୀର ସୁରକ୍ଷା

କୋଲକାତା: ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥା ବଢା ଯାଇଛି। ପଶ୍ଚିମବଙ୍ଗ ପୋଲିସ ଏବେ ତାଙ୍କୁ ଜେଡ୍ କାଟାଗୋରୀର ସୁରକ୍ଷା ପ୍ରଦାନ କରିବେ। ମିଳିଥିବା ସୂଚନା ଅନୁଯାୟୀ, ସୌରଭଙ୍କ ପକ୍ଷରୁ ସୁରକ୍ଷା ବଢାଇବା ନେଇ କୌଣସି ଦାବି କରାଯାଇନଥିଲା। ଖୋଦ୍ ମମତା ବାନାର୍ଜୀ ସରକାର ନିଜ ଆଡ଼ୁ ହସ୍ତକ୍ଷେପ କରି ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଗାଙ୍ଗୁଲି ସଂପ୍ରତି ଆଇପିଏଲରେ ବ୍ୟସ୍ତ ଅଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିର୍ଦ୍ଦେଶକ ଦାୟିତ୍ଵ ତୁଲାଉଛନ୍ତି। ଗାଙ୍ଗୁଲିଙ୍କ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା ପୂର୍ବରୁ ହୋଇ ଆସିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ତାଙ୍କୁ ଅଫର ଦେଇଥିଲା। ହେଲେ ଦାଦା ରାଜନୈତିକ ମଇଦାନରେ ଓହ୍ଲାଇବାକୁ ମନା କରି ଦେଇଥିଲେ। ଏହା ପରେ ତାଙ୍କୁ ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିଥିଲା। ଏବେ ପୁଣି ଥରେ ଦାଦାଙ୍କ ରାଜନୀତିରେ ପ୍ରବେଶ କରିବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନ ମମତା ବାନାର୍ଜୀଙ୍କ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ