ଅଷ୍ଟମ ପେନସେକ୍ ସିଲଟ ଜୁନିଅର ଚମ୍ପିଅନସିପ୍ ରେ ସୁବର୍ଣ୍ଣପୁର ଜିଲ୍ଲାର କୃତିତ୍ଵ


ବୀରମହାରାଜପୁର :
ଝାରସୁଗୁଡ଼ାର ମଙ୍ଗଳ ବଜାର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଗତ ୧୬ ଓ ୧୭ ତାରିଖ ଦୁଇଦିନ ଧରି ପେନ୍‌ସେକ୍ ସିଲଟ୍ ଆସୋସିଏସନ୍, ଓଡ଼ିଶା ଦ୍ବାରା ଅନୁଷ୍ଠିତ ହୋଇଥିବା ଅଷ୍ଟମ ପେନ୍‌ସେକ୍ ସିଲଟ୍ ଜୁନିଅର ଚମ୍ପିଏନ୍‌ସିପ୍‌-୨୦୨୫ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଚାରିଜଣ କୃତିତ୍ଵର ସହିତ ବ୍ରୋଞ୍ଜ ଓ ଜଣେ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହୋଇଛନ୍ତି । ଆର୍ଯ୍ୟାନ୍ ବାରିକ୍ , କୁଲ୍‌ଦୀପ୍‌ କ୍ରିଷ୍ଣ ନାଏକ , ପ୍ରତୀମା ମହାନନ୍ଦ , ହିମାଂଶୁ ମେହେର ପ୍ରମୁଖ କାଂସ୍ୟ ପଦକ ହାସଲ କରିଥିବାବେଳେ ଆବୃତ୍ତି ସେଠୀ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହୋଇଛନ ୍ତି। ଏହା ଜାଣିବା ପରେ ଏ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି ଓ ବିଜେତା ମାନଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି ।