Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଷଣ ଆଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ଜବାବ । ଭାଷଣ ଆଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍ ପ୍ରସଙ୍ଗ । ପାଣ୍ଡିଆନଙ୍କୁ ଜବାବ ଦେଲେ ରଣେନ୍ଦ୍ର ସ୍ୱାଇଁ । କହିଲେ ଖାଲି ବିଧାୟକ ହୋଇ ଭୋଟ ମାଗିଲେ ହେବ ନାହିଁ । ନବୀନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ପାଣ୍ଡିଆନ କୁଆଡ଼େ କହିଥିଲେ ‘ଆଇ ଆମ ଡାଉନ୍ ବଟ୍ ନଟ ଆଉଟ୍’ । ଏହି ଉକ୍ତିକୁ ନେଇ ରଣେନ୍ଦ୍ର ସିଧା ପାଣ୍ଡିଆନଙ୍କ ନାଁ ନନେଇ ତାଚ୍ଛଲ୍ୟ କରିବା ସହ ସ୍ମିତ ହାସ୍ୟ ଦେଇଥିଲେ । ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ତେରେଛା ବାଣ ମାରିଛନ୍ତି ରଣେନ୍ଦ୍ର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ