ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପଞ୍ଚାୟତର ପ୍ରକୃତିଗ୍ରାମ ଖଜୁରିଆପାଲି ଠାରେ ପରିବେଶପ୍ରେମୀ ସତ୍ୟଜିତ ଗଡୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାଁଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ ସତ୍ୟଜିତ ପ୍ରକୃତିର ଯତ୍ନ ଏବଂ ତାହାର ମହତ୍ୱ ବିଷୟରେ ସଚେତନ କରାଇବା ସହ ଆଗାମୀ ପୀଢ଼ି ପାଇଁ ସୁସ୍ଥ ଜଳବାୟୁ ଏବଂ ସବୁଜ ଜଙ୍ଗଲ ନିହାତି ଜରୁରୀ ବୋଲି ବୁଝାଇଥିଲେ l ପରେ ଗ୍ରାମର ଯୁବକ ଓ ମହିଳାମାନଙ୍କ ଦ୍ୱାରା ଗାଁ ପାର୍ଶ୍ଵବର୍ତ୍ତୀ ଜଙ୍ଗଲ ମଧ୍ୟରେ ଖାଲି ଥିବା ସ୍ଥାନ ଗୁଡି଼କରେ ସମସ୍ତେ ସାମୁହିକ ବୃକ୍ଷରୋପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗୁପ୍ତେଶ୍ୱର ଦେହେରୀ , ଗଜେନ୍ଦ୍ର ମାଝୀ, ସନ୍ତୋଷ ମାଝୀ, ଦେବେନ୍ଦ୍ର ମାଝୀ , ଜେମା ମାଝୀ , ଦୀପାଞ୍ଜଳି ମାଝୀ ପ୍ରମୁଖ ସହଯୋଗ କରିଥିଲେ l
ଏକ୍ ପେଡ଼ ମା କେ ନାମ , ନାରା କୁ ସଫଳ ପାଇଁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ
