Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେଶନ ଗରୁଡ଼ କୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କୁ ମିଳିଛି ବଡ ସଫଳତା

ସୋନପୁର : ଅପରେସନ ଗରୁଡକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ଗଂଜେଇ ଚାଲାଣ ଉପରେ ରୋକ ଲଗାଇବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ଅପରେସନ ଗରୁଡକୁ ଯୋରଦାର କରାଯାଇଥିବାବେଳେ ବ୍ୟାପକ ଭାବରେ ପୋଲିସକୁ ସଫଳତା ମିଳିଥିବା ଜଣାଯାଇଛି । ଜିଲ୍ଲାରେ ଗଂଜେଇ ଚାଷ ହେଉନଥିଲେବି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲାଦେଇ ବ୍ୟାପକ ଭାବରେ ଗଂଜେଇ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ । ତେବେ ଗତ ୧ ଜାନୁୟାରୀ ୨୦୨୫ ରୁ ୨୫ ଅଗଷ୍ଟ ୨୦୨୫ ମଧ୍ୟରେ ସୁବର୍ଣ୍ଣପୁର ପୋଲିସ ଦ୍ୱାରା ମୋଟ ୧୧୪ ଗୋଟି କେସ ହୋଇଥିବାବେଳେ ୭୩୩୭.୩୯୪ କୁଇଂଟାଲ ଗଂଜେଇ ଜବତ କରାଯାଇଛି । ସେହିଭଳି ଏହି ମାମାଲାରେ ୧୬୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ୭୬ ଗୋଟି ଦୁଇଚକିଆ ଗାଡି,୨ ଗୋଟି ତିନି ଚକିଆ ଗାଡି,୨୦ ଗୋଟି ଚାରି ଚକିଆ ଗାଡି ଏବଂ ୨ ଗୋଟି ଟ୍ରକ ଜବତ ହୋଇଛି । ସେହିଭଳି ୧୪୬ ଗୋଟି ମୋବାଇଲ ୪୦୪୪୦୦ ଟଙ୍କା ଏବଂ ୩୪୪ ବଟଲ କଫ ସିରଫ ଜବତ ହୋଇଛି । ଜବତ ହୋଇଥିବା ଗଂଜେଇର ମୁଲ୍ୟ ୩୬ କୋଟି ୫୮ ଲକ୍ଷ ୬୯ ହଜାର ୭ଶହ ଟଙ୍କା ହେବବୋଲି ଆଇଜି ହିମାଂଶୁ ଲାଲ ଏକ ସମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ