Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଡି ହେଲାଣି ବୁଲଡୋଜର; ତଡା ଖାଇବେ ସରକାରୀ ଜମି ଜବରଦଖଲ କରିଥିବା ଲୋକ

ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ହଜାର ହଜାର ଏକର ଜମି ଅବ୍ୟବହୃତ ହୋଇ ପଡିଛି । ଅନେକ କ୍ଷେତ୍ରରେ ସରକାର ସେଥରୁ ଟଙ୍କାଟିଏ ପାଉନଥିବା ବେଳେ ତାହା ଜବରଦଖଲକାରୀଙ୍କ କବଜାରେ ରହିଛି। ବିଧାନସଭାରେ ସରକାର ରଖିଥିବା ତଥ୍ୟ ଅନୁସାରେ ରାଜ୍ୟର ୧ ଲକ୍ଷ ୮ ହଜାର ୭୭୩ ଏକର ଜମି ଜବରଦକଲକାରୀଙ୍କ କବଳରେ ଅଛି। ସେସବୁକୁ ମୁକୁଳାଇବା ଜରୁରୀ ହୋଇପଡ଼ିଛି। ଏ ନିମନ୍ତେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

କେଉଁ ଜିଲାରେ କେତେ ପରିମାଣର ଅବ୍ୟବହୃତ ସରକାରୀ ଜମି ଅଛି ତାହା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସିଏସ। ଅଧିଗ୍ରହଣ ହୋଇଥିବା ଜମିରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବ | ଏହାପରେ ଏସବୁ ଜମିର ଅବସ୍ଥିତି ଦେଖି ସେଠାରେ କ’ଣ କରାଯାଇ ପାରିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ଳ୍ୟ।ଣ୍ଡ ଗ୍ରାବିଙ୍ଗ ଆକ୍ଟକୁ ଅଧ୍ୟୟନ ପାଇଁ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜବରଦଖଲ ହୋଇଥିବା ସରକାରୀ ଜମି ମଧ୍ୟରୁ ୫୫ ହଜାର ୨୯୩ ଏକ ଜମି ମୁକୁଳାଯାଇଛି। କିନ୍ତୁ ଏବେବି ବହୁ ପରିମାଣର ଜମି ଜବରଦଖଲକାରୀ ଛାଡୁନାହାନ୍ତି। ତେଣୁ ସେମାନଙ୍କୁ ହଟାଇବା ଲାଗି ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି। ଆଗେ ପ୍ରଭାବଶାଳୀଙ୍କୁ ହଟାଗଲେ ଅନ୍ୟମାନେ ହଟିଯିବେ ବୋଲି ସରକାର ଆଶା ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ