Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାର ଟାରିଫ୍ ମାଡ ମଧ୍ୟରେ ଖସିଲା ଶେୟାର ମାର୍କେଟ

ନୂଆଦିଲ୍ଲୀ: ଭାରତ, ଋଷ ଠାରୁ ତୈଳ କିଣିବା ପରଠାରୁ ଆମେରିକା ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଥିଲା। ତେବେ ଏହି ଶୁଳ୍କ ଲାଗୁ ହେବା ପରେ ଗୁରୁବାର ପ୍ରାରମ୍ଭିକ କାରବାରରେ ସେନସେକ୍ସ ଓ ନିଫ୍ଟି ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିଲା।

ଯାହାଫଳରେ ଏହା ନିବେଶକ ମାନଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଥିଲା ଓ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ପରେ ମଧ୍ୟ ନିବେଶକ ମାନେ ପ୍ରଭାବିତ ହୋଇଥିଲେ। ବୁଧବାର ଦିନ ଶୁଳ୍କ କାର୍ଯ୍ୟକାରୀ ହେବା ପରେ ମୋଟ ଶୁଳ୍କ ପରିମାଣ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ପ୍ରାରମ୍ଭିକ କାରବାରରେ ୩୦-ସେୟାର BSE ସେନସେକ୍ସ ୫୦୮.୧୬ ପଏଣ୍ଟ ହ୍ରାସ ପାଇ ୮୦୨୭୮.୩୮ ରେ ପହଞ୍ଚିଥିବା ବେଳେ ୫୦-ସେୟାର NSE ନିଫ୍ଟି ୧୫୭.୩୫ ପଏଣ୍ଟ ହ୍ରାସ ପାଇ ୨୪୫୫୪.୭୦ ରେ ପହଞ୍ଚିଥିଲା।ସେନସେକ୍ସ କମ୍ପାନୀଗୁଡ଼ିକ ମଧ୍ୟରେ, HCL ଟେକ୍, HDFC ବ୍ୟାଙ୍କ, ପାୱାର ଗ୍ରୀଡ୍, ସନ୍ ଫାର୍ମା, NTPC ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଇତ୍ୟାଦି କ୍ଷତି ସହିଥିବା ବେଳେ ଇଟର୍ନାଲ୍, ଏସିଆନ୍ ପେଣ୍ଟ୍ସ, ଟାଇଟାନ୍, ମାରୁତି ଏବଂ ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଲାଭ ରେ ଥିବା ନଜର ଆସିଥିଲା।

ପୂର୍ବରୁ ମଙ୍ଗଳବାର ଦିନ ବିଦେଶୀ ସଂସ୍ଥାଗତ ନିବେଶକମାନେ (FIIs) ୬୫୧୬.୪୯ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ ଓ DIIs ୭୦୬୦.୩୭ କୋଟି ଟଙ୍କାର ସେୟାର କିଣିଥିଲେ।ଜିଓଜିତ ଇନଭେଷ୍ଟମେଣ୍ଟସ୍ ଲିମିଟେଡର ମୁଖ୍ୟ ନିବେଶ ରଣନୀତିଜ୍ଞ ଭିକେ ବିଜୟକୁମାର କହିଛନ୍ତି ଭାରତ ଉପରେ ଏହି ଶୁଳ୍କ ଲଗୁହେବା ପରେ ଏହା ସେୟାର୍ ବଜାରକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ କିନ୍ତୁ ଏହା କିଛି ଦିନ ପାଇଁ ରହିବ ଓ ଏହାର ଶୀଘ୍ର ସମାଧାନ ନିଶ୍ଚିତ ଭାବରେ ହେବ। ବଜାର ପାଇଁ ବର୍ତ୍ତମାନ୍ ସବୁଠାରୁ ଦୃଢ଼ ସମର୍ଥନ DII (ଘରୋଇ ସଂସ୍ଥାଗତ ନିବେଶକ)ଙ୍କ ଠାରୁ ମିଳୁଥିବା ନେଇ ସେ କହିଛନ୍ତି କାରଣ ଏହି ନିବେଶକ ମାନଙ୍କ ପାଖରେ ସମ୍ବଳ ର ଅଭାବ ନାହିଁ ଓ ଏମାନେ ସେୟାର ବଜାର ରୁ ଆକ୍ରମଣାତ୍ମକ ଭାବେ କ୍ରୟ କରୁଥିବାରୁ ଏହା ଆଗକୁ ସକାରାତ୍ମକ ପ୍ରଭାବ ପକାଇବା ନେଇ ମଧ୍ୟ ସେ କହିଛନ୍ତି।

ତେବେ ଗଣେଶ ଚତୁର୍ଥୀ ଅବସରରେ ବୁଧବାର ଘରୋଇ ଷ୍ଟକ୍ ବଜାର ବନ୍ଦ ହୋଇଥିଲା କିନ୍ତୁ ମଙ୍ଗଳବାର ଦିନ ସେନସେକ୍ସ ୮୪୯.୩୭ ପଏଣ୍ଟ ଅର୍ଥାତ୍ ୧.୦୪ପ୍ରତିଶତ ହ୍ରାସ ପାଇ ୮୦୭୮୬.୫୪ ଏବଂ ନିଫ୍ଟି ୨୫୫.୭୦ ପଏଣ୍ଟ ଅର୍ଥାତ୍ ୧.୦୨ ପ୍ରତିଶତ ହ୍ରାସ ପାଇ ୨୪୭୧୨.୦୫ ରେ ବନ୍ଦ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ