Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହିଁକି କୃଷ୍ଣ ଙ୍କ ନାମ ପୂର୍ବରୁ ରାଧାଙ୍କ ନାମ ଉଚ୍ଚାରଣ କରାଯାଏ

ପୌରାଣିକ ମାନ୍ୟତା ଅନୁସାରେ ରାଧା ନାମ ଜପ କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇଥାଆନ୍ତି, ଏବଂ ମା ଲକ୍ଷ୍ମୀଙ୍କ ର ଆସିପ କୃପା ପ୍ରାପ୍ତ ହୋଇଥାଏ, ରାଧା-କୃଷ୍ଣ ଙ୍କ ପ୍ରେମ ହେଉଛି ଐଶ୍ୱରୀୟ ପ୍ରେମ, ଯାହାକି ଯୁଗ ଯୁଗ ପର୍ଯ୍ୟନ୍ତ ଅବିରଳ ଭକ୍ତ ଙ୍କ ହୃଦୟରେ ପ୍ରବାହିତ ହେବ l ଏହି କାରଣରୁ ଯୁଗ ଯୁଗ ରୁ କୃଷ୍ଣଙ୍କ ନାମ ରାଧାଙ୍କ ସହିତ ଯୋଡ଼ା ଯାଇଥାଏ l
ଶାସ୍ତ୍ରରେ ରାଧାରାଣୀ ଙ୍କୁ ଶ୍ରୀକୃଷ୍ଣ ଙ୍କ ଶାଶ୍ୱତ ଶକ୍ତି ସ୍ୱରୂପା ଏବଂ ପ୍ରାଣର ଅଧିଷ୍ଠାତ୍ରୀ ଦେବୀ କୁହାଯାଇଛି l ମାନ୍ୟତା ଅନୁସାରେ ବିନା ରାଧା ରେ ଶ୍ରୀକୃଷ୍ନ ଅଧୁରା l ଶ୍ରୀମଦ ଦେବୀ ଭାଗବତ ରେ କୁହାଯାଇଛି ଯିଏ ରାଧା ଙ୍କ ନାମ ସ୍ମରଣ କରେ ନାହିଁ ତାର ପୂଜା କୁ କୃଷ୍ଣ ଗ୍ରହଣ କରନ୍ତି ନାହିଁ l ଏବଂ ରାଧା ଙ୍କୁ ନିଜ ଆତ୍ମା ବୋଲି ପୁରାଣ ରେ ଉଲ୍ଲେଖ କରିଛନ୍ତି l
ପୌରାଣିକ କଥା ଅନୁସାରେ ବ୍ୟାସ ମୁନୀ ଙ୍କ ପୁତ୍ର ଶୁକଦେବ ଗୋଟିଏ ଶୁଆ ର ରୂପ ନେଇ ରାଧା ଙ୍କ ମହଲ ରେ ବାସ କରିଥିଲେ, ଯିଏକି ଦିନ ରାତି ରାଧା ରାଧା ଜପ କରୁଥିଲା, ଏକଦା ରାଧାରାଣୀ ଶୁକଦେବ ଙ୍କୁ କହିଲେ କୃଷ୍ଣ କୃଷ୍ଣ ଜପ କର, ଏମିତିରେ ଧୀରେ ଧୀରେ ନଗ୍ର ସାରା ଲୋକେ କୃଷ୍ଣ କୃଷ୍ଣ ଜପିବାକୁ ଲାଗିଲେ, ଏହାକୁ ଦେଖି ଶ୍ରୀକୃଷ୍ନ ଖୁବ ଦୁଖୀ ହୋଇଗଲେ, ଏବଂ ନାରଦ ଙ୍କୁ କହିଲେ ରାଧା ଙ୍କ ନାମ ଶୁଣି ମତେ ଆନନ୍ଦ ମିଳିଥାଏ, ଏହା ଶୁଣି ରାଧାଙ୍କୁ ଖୁବ କଷ୍ଟ ହୋଇଥିଲା ଏବଂ ସେ ଶୁକଦେବ ଙ୍କୁ କହିଲେ ବର୍ତମାନ ଠାରୁ କେବଳ ରାଧା-ରାଧା ଯାପିବ l ସେହିଦିନ ଠାରୁ କୃଷ୍ଣଙ୍କ ନାମ ପୂର୍ବରୁ ରାଧା ଙ୍କ ନାମ ଜପ କରାଯାଏ l
ରାଧାଷ୍ଟମୀ ଅଗଷ୍ଟ ୩୧ ତାରିଖ ରେ ପାଳିତ ହେବ, ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ଶୁକ୍ଲପକ୍ଷ ର ଅଷ୍ଟମୀ ତିଥି ରେ ରାଧା ଅଷ୍ଟମୀ ପର୍ବ ପାଳିତ ହୋଇଥାଏ l ଭକ୍ତମାନେ ସର୍ବଦା ରାଧେ କୃଷ୍ଣ ବୋଲି ଉଚ୍ଚାରଣ କରନ୍ତି l କିନ୍ତୁ କୃଷ୍ଣ-ରାଧା କୁହାଯାଏ ନାହିଁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ