Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ‘Trump is dead’

ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି “ଟ୍ରମ୍ପ୍ ଇଜ୍ ଡେଡ୍” । ଆମେରିକା ସମେତ ସାରା ବିଶ୍ୱରେ ଏହା ଟ୍ରେଣ୍ଡ କରୁଥିବାରୁ, ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ଏବେ ଚିନ୍ତାରେ । ଏହି ସମୟରେ ସେ ଟ୍ରମ୍ପଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜେଲେନ୍ସକି ଶୁକ୍ରବାର କହିଛନ୍ତି ଯେ, ୟୁକ୍ରେନ୍ ଅଧିକାରୀ ମାନେ ଆସନ୍ତା ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁରୋପୀୟ ନେତା ମାନଙ୍କୁ ଭେଟି ରୁଷ ସହିତ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପ୍ରୟାସରେ ସାମ୍ପ୍ରତିକ ବିକାଶ ବିଷୟରେ ଆଲୋଚନା କରିବାକୁ ଚାହୁଁଛନ୍ତି।

ଶନିବାର ଦିନ “ଟ୍ରମ୍ପ୍ ଇଜ୍ ଡେଡ୍” ଏକ୍ସ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଆଲୋଚନା ମଧ୍ୟରେ ଏହି ଟ୍ରେଣ୍ଡ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ବିଶେଷ କଥା ହେଉଛି ଏହି ଟ୍ରେଣ୍ଡ ସେତେବେଳେ ଭାଇରାଲ ହେଉଛି, ଯେତେବେଳେ କି ଗୋଟିଏ ଦିନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଏକ ବଡ଼ ଦୁର୍ଘଟଣା ଘଟେ, ତେବେ ସେ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ପ୍ରସ୍ତୁତ।

ୟୁକ୍ରେନ୍ର ସବୁଠାରୁ ବଡ଼ ଚିନ୍ତା ହେଉଛି ଯେ ଟ୍ରମ୍ପଙ୍କ ଅସୁସ୍ଥ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା ମଧ୍ୟରେ ରୁଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ପ୍ରୟାସ ଥଣ୍ଡା ପଡ଼ିଛି। ଏପରି ପରିସ୍ଥିତିରେ, ଜେଲେନସ୍କି ଏବେ ଟ୍ରମ୍ପ ସମେତ ଅନ୍ୟ ୟୁରୋପୀୟ ନେତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ରୁଷ ଆଲୋଚନାରେ କୌଣସି ଆଗ୍ରହ ଦେଖାଉ ନଥିବାରୁ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଜାରି ରହିଥିବାରୁ ଗଭୀର ନିରାଶା ପ୍ରକାଶ କରିଛନ୍ତି ଜେଲେନ୍ସକି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜେଲେନସ୍କିଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଟ୍ରମ୍ପ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଯଦି ଦୁଇ ସପ୍ତାହ ମଧ୍ୟରେ ଆଲୋଚନା ନହୁଏ, ତେବେ ସେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ