Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଡା ମାଳ ଗ୍ରାମ ହତ୍ୟାକାଣ୍ଡ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଲ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡରେ ବାଘମାରି ଗାଁର ଅଜିତ ଖଣ୍ଡଗିରି (୩୫) ହତ୍ୟାର ଶିକାର ହୋଇଥିଲେ ବେଳେ ଉକ୍ତ ଘଟଣାରେ ନିକଟସ୍ଥ ଚମ୍ପାମାଲ ଗ୍ରାମର ସୂର୍ଯ୍ୟ ପଧାନ ଗୁରୁତର ଆହତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଶନିବାର ସୁବର୍ଣ୍ଣପୁର ରୁ ସନ୍ଧାନୀ କୁକୁର ଓ ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍ ସହ ସାଇଣ୍ଟିଫିକ୍ ଅଫିସର ଓ ଜଣେ ଫଟୋଗ୍ରାଫର ପହଞ୍ଚି ଅନୁସନ୍ଧାନ କରିଥିଲେ । ସନ୍ଧାନୀ କୁକୁର ରକ୍ତଲଗା ଇଟା ଖଣ୍ଡକୁ ଶୁଙ୍ଘିବା ପରେ ଅଭିଯୁକ୍ତଙ୍କ ଘରକୁ ଯାଇଥିବା ପୋଲିସ ସୁଚନା ଦେଇଛି । ସୂଚନା ଅନୁସାରେ ଗତ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା’ ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିରମହାରାଜପୁର ଥାନା ଅନ୍ତର୍ଗତ ବାଘମାରି ଗାଁର ଭୁବନ ଖଣ୍ଡଗିରିଙ୍କ ବଡ଼ପୁଅ ଅଜିତ ଖଣ୍ଡଗିରି ମେଣ୍ଡାମାଳ ଗ୍ରାମର କଲାସି ମନ୍ଦିର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ଖବର ପାଇ ପୁଲିସ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ସ୍ଥାନୀୟ ଚମ୍ପାମାଳ ଗ୍ରାମର ସୂର୍ଯ୍ୟ ପଧାନ ନାମକ ଜଣେ ଯୁବକ ମଧ୍ୟ ଆହତ ହୋଇ ତାଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା ଓ ପରେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ନେଇ ବୀରମହାରାଜପୁର ଥାନାରେ ମୃତକଙ୍କ ଭାଇ ସଂଜିତ୍ ଖଣ୍ଡଗିରି ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା (୧୯୧/୨୫) ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି । ସଂଜିତ୍ ତାଙ୍କ ଅଭିଯୋଗ ପତ୍ରରେ ମେଣ୍ଡାମାଲ ଗ୍ରାମ ଦେବେନ୍ଦ୍ର ପାତ୍ର ଓ ସହଯୋଗୀ ତାଙ୍କ ବଡ଼ଭାଇ ଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏସ ଡି ପି ଓ ହେମନ୍ତ ରାଓଙ୍କ ତତ୍ତ୍ବାବଧାନରେ ଏକ ପୁଲିସ ଟିମ୍ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଣାଯାଇଛି । ଏହି ଘଟଣାରେ ପୋଲିସ ଜଣକୁ ପଚରାଉଚରା କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ଓ ଅନ୍ୟମାନେ ଫେରାର ଥିବା ପୋଲିସ କହିଛି। ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ଙ୍କୁ ଖୁବଶିଘ୍ର ଗିରଫ କରାଯିବା ବୋଲି ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଘଟଣା ସହ ଜଡ଼ିତ ସମସ୍ତ ଦୋଷୀମାନଙ୍କୁ ଶୀଘ୍ର ଗିରଫ ସକାଶେ ବାଘମାରି ଗ୍ରାମବାସୀ ଦାବି କରିଛନ୍ତି ।ଶନିବାର ଦିନ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା । ନିକଟସ୍ଥ ଶ୍ମଶାନ ଘାଟରେ ମୃତକଙ୍କ ଶବ ସତ୍କାର କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ