ସୋନପୁର ରୁମକୁ ଝୁମା ତରଫରୁ ସମ୍ବର୍ଦ୍ଧିତ ହେଲେ ଡ. ପ୍ରଫୁଲ୍ଲ କୁମାର ରଥ


ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ରୁମ୍‌କୁଝୁମାନା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ସଂସ୍କୃତି ଭବନ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅନୁଷ୍ଠାନର ମୁଖ୍ୟ ଶାଶ୍ବତ କୁମାର ତ୍ରିପାଠୀ ଙ୍କ ପୌରୋହିତ୍ୟରେ ଦିବସ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନାଚ ଗୀତ ସହିତ ସମ୍ୱର୍ଦ୍ଧନା ପର୍ବର ମଧ୍ୟ ଆୟୋଜନ କରା ଯାଇଥିଲା । ସୁଦୂର ଜାପାନ ରୁ ମଧ୍ୟ ଏଥିରେ ପ୍ରତିଭାଗୀ ରହିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତର ରୁ କଳାକାର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ତନ ଉଚ୍ଚଶିକ୍ଷା ପରାମର୍ଶଦାତା ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କୁ ମଧ୍ୟ ଏଇ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଏହା ଜାଣିବା ପରେ ବରିଷ୍ଠ ନାଗରିକ ସଂଗଠନ ର ଉପ ସଭାପତି ସୌମିତ୍ରି ମେହେର , ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ, ସଦସ୍ୟ ଚମରା ମହାକୁର , ଦ୍ବିତୀକୃଷ୍ଣ ପଣ୍ଡା , କୋଷାଧକ୍ଷ ଦୟାନିଧି ହୋତା ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଶୁଭେଚ୍ଛା ଜଣାଇଛନ୍ତି।