Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଳପୁର ରେ ମନୋଜ ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଂଚାୟତ ବିକଲପୁର ଗ୍ରାମ ରେ କ୍ରୀଡାବିତ୍ ମନୋଜ ବାଦି ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଦ୍ଵିତୀୟ ମନୋଜ ମେମୋରିଆଲ ଏକଦିସୀୟ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଟୁର୍ଣାମେଣ୍ଟ ରେ ଜିଲ୍ଲା ତଥା ଜିଲ୍ଲା ବାହାର ର ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ ।ଅନୁସୟା ପ୍ରଧାନ ସରପଞ୍ଚ କମିରା ଗ୍ରାମପଞ୍ଚାୟତ ମୂଖ୍ୟ ଅତିଥି ହିସାବ ରେ ଯୋଗଦାନ କରି ଫିତା କାଟି ଖେଳ ଆରମ୍ଭ କରିଥିଲେ। ସପନ ପ୍ରଧାନ , ସମାଜ ସେବୀ , ରାମ ପ୍ରସାଦ କର୍ଣ ସମାଜ ସେବୀ , ଶ୍ରୀନିବାସ ପ୍ରଧାନ କ୍ରୀଡାବିତ୍, ଶ୍ରୀନିବାସ ବାଦୀ ପ୍ରମୁଖ ସମ୍ମାନିତ ଅତିଥି ହିସାବରେ ଯୋଗଦାନ କରିଥିଲେ । ପ୍ରଥମ ସେମିଫାଇନାଲ ରେ ବିରମହାରାଜପୁର କୁ ହରାଇ ମେହେର ଇଲେଭେନ୍ ସୋନପୁର ଫାଇନାଲ କୁ ଉନ୍ନୀତ ହୋଇଥିବା ବେଳେ ଦ୍ବିତୀୟ ସେମିଫାଇନାଲ ରେ ଆଦିବାସୀ କ୍ଲବ୍ ଉଲୁଣ୍ଡା କୁ ହରେଇ ବାଉତି କ୍ଲବ୍ ଦ୍ୱିତୀୟ ଦଳ ଭାବେ ଫାଇନାଲ ରେ ପହଞ୍ଚିଥିଲା । ଫାଇନାଲ ମ୍ୟାଚ୍ ଟି ବାଉତି କ୍ଲବ୍ ସୋନପୁର ଏବଂ ମେହେର ୧୧ ସୋନପୁର ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ।ଟାଇ ବ୍ରେକର ଜରିଆ ରେ ବାଉତୀ କ୍ଲବ୍ ସୋନପୁର ଫାଇନାଲ ମ୍ୟାଚ୍ ବିଜୟୀ ହୋଇଥିଲା । ସଙ୍କୀର୍ତ୍ତନ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ସୁବଳୟା ମଣ୍ଡଳ ବିଜେପି ମହାମନ୍ତ୍ରୀ ସଞ୍ଜୀବ ପ୍ରଧାନ ମୂଖ୍ୟ ଅତିଥି ହିସାବରେ ଯୋଗଦାନ କରି ବିଜୟୀ ଦଳ କୁ ପୁରସ୍କୃତ କରିଥିଲେ । ମ୍ୟାଚ୍ ଗୁଡ଼ିକ ର ଧାରା ବିବରଣୀ ସଞ୍ଜୟ ପଟ୍ଟନାୟକ , ଦେବେନ୍ଦ୍ର ଭୋଇ ପ୍ରଦାନ କରିଥିଲେ । ମ୍ୟାଚ୍ ଗୁଡ଼ିକ ପ୍ରଶାନ୍ତ ସେଠୀ, ସୁଦାମ ଜଗଦଲା, ରାଜେଶ୍ ଥାନାପତି, ଜଗତ ବାଘ୍ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ