କରାଚୀର ବାୟୁସୀମା ସମ୍ମୁଖରେ ଯୁଦ୍ଧ ଅଭ୍ୟାସ କରିବ ଭାରତୀୟ ସେନା


ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଏଥିରେ ପାକିସ୍ତାନକୁ ହରାଇବା ପରେ ମଧ୍ୟ ଭାରତ ଚୁପ୍ ହୋଇ ବସିନାହିଁ ବରଂ ନିରନ୍ତର ଯୁଦ୍ଧ ଅଭ୍ୟାସ କରିବାରେ ଲାଗିଛି।

ତେବେ ଭାରତୀୟ ବାୟୁସେନା ସେପ୍ଟେମ୍ବର ୨ ତାରିଖ ସକାଳ ୧୧ଟାରୁ ଆରମ୍ଭ କରି ୩ ସେପ୍ଟେମ୍ବର ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଗୁଜରାଟ ଏବଂ ରାଜସ୍ଥାନ ସଂଲଗ୍ନ ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରିବା ସହ କରାଚୀର ବାୟୁସୀମା ସମ୍ମୁଖରେ ମଧ୍ୟ ଯୁଦ୍ଧ ଅଭ୍ୟାସ କରିବାକୁ ଯାଉଥିବା ନେଇ ସୂଚନା ମିଳିଛି।ତେବେ ବାୟୁସେନାର ଏହି ଅଭ୍ୟାସକୁ ମନେ ରଖି NOTAM ଜାରି କରାଯାଇଛି।

NOTAM ର ଅର୍ଥ “ବିମାନକର୍ମୀଙ୍କୁ ନୋଟିସ୍”। ଏହା ଏକ ନୋଟିସ୍ ଯାହା ପାଇଲଟ୍, ବିମାନ ଟ୍ରାଫିକ୍ ନିୟନ୍ତ୍ରକ ଏବଂ ବିମାନ ଚଳାଚଳ ସହିତ ଜଡିତ ଲୋକମାନଙ୍କୁ ବିମାନ ଯାତ୍ରା ସମ୍ବଧିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ। ବିମାନ ଯାତ୍ରାକୁ ସୁରକ୍ଷିତ ଏବଂ ସୁଗମ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ। ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୁର ସମୟରେ ପାଞ୍ଚଟି ପାକିସ୍ତାନୀ ଲଢ଼ୁଆ ବିମାନ ଏବଂ ଗୋଟିଏ ବଡ଼ ବିମାନକୁ ଖସାଇ ଦେଇଥିବା ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ସୂଚନା ଦେଇଛନ୍ତି।

ପ୍ରାୟ ୩୦୦ କିଲୋମିଟର ଦୂରରୁ ଗୋଟିଏ ପାକିସ୍ତାନୀ ବିମାନକୁ ଟାର୍ଗେଟ ମଧ୍ୟ କରାଯାଇଥିଲା ଓ ଏହା ଭାରତ ପାଇଁ ଭୂପୃଷ୍ଠରୁ ଆକାଶ ପର୍ଯ୍ୟନ୍ତ ଗୁଳିମାଡ଼ କରିବାର ଏକ ନୂତନ ରେକର୍ଡ ମଧ୍ୟ ଅଟେ।