ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ହାଇସ୍କୁଲ ରେ କାର୍ଯ୍ୟରତ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଏଥର ରାଜ୍ୟର ଶ୍ରେଷ୍ଠ ଓଡ଼ିଆ ଶିକ୍ଷକ ଭାବେ ସମ୍ମାନିତ ହେବେ । ଓଡିଶା ସରକାରଙ୍କ ତରଫରୁ ଏ ପୁରସ୍କାର ପ୍ରଦାନ କରାଯିବ।ପୁରସ୍କାର ସ୍ୱରୂପ ତାଙ୍କୁ ଚାଳିଶ ହଜାର ଟଙ୍କା ସହିତ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯିବ। ପଞ୍ଚସଖା ଶିକ୍ଷାସେତୁ ଅଧିନସ୍ଥ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ଶ୍ରେଷ୍ଠ ହାଇସ୍କୁଲ ଓଡ଼ିଆ ଶିକ୍ଷକ ବର୍ଗରେ ଶ୍ରୀଯୁକ୍ତ ପୁରୋହିତ ସମ୍ବର୍ଦ୍ଧିତ ହେବାର ଖବର ପ୍ରକାଶ ପାଇଲା ପରେ ଅଞ୍ଚଳରେ ଖୁସୀ ର ଲହରୀ ଖେଳିଯାଇଛି। ପ୍ରକାଶ ଥାଉକି ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ବିଭିନ୍ନ ସମୟରେ ପିଲା ମାନଙ୍କ ଶିକ୍ଷାଦାନ ପାଇଁ ଅଭିନବ ପ୍ରୟାସ କରି ଚର୍ଚ୍ଚାରେ ଥାଆନ୍ତି । ଓଡ଼ିଆ ବ୍ୟାକରଣ କୁ କବିତା ମାଧ୍ୟମରେ ଶିକ୍ଷାଦାନ, ପିଲାଙ୍କୁ କେରଳ ଷ୍ଟାଇଲ ରେ ବସାଇବେ, ପରିବେଶ ଅନୁକୂଳ ବିଭିନ୍ନ ଉତ୍ସବ ଓ ପୂଜା କରିବା, ବିଦ୍ୟାଳୟରେ ଭାଷା ବଗିଚା ସୃଷ୍ଟି କରିବା, ଶିଳ୍ପକଳା ପ୍ରଦର୍ଶନୀ କରିବା, ଘର ଘର ବୁଲି ଅଧା ପାଠ ଛାଡିଥିବା ପିଲାଙ୍କୁ ବିଦ୍ୟାଳୟ ମୁଖି କରେଇବା ଏଭଳି ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଓଡିଶା ସରକାରଙ୍କ ତରଫରୁ ତାଙ୍କୁ ରାଜ୍ୟସ୍ତରୀୟ ଗୁରୁଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହି ଉତ୍ସବ ରେ ଯୋଗଦାନ ପାଇଁ ଶ୍ରୀମାନ ପୁରୋହିତ ଙ୍କୁ ନିମନ୍ତ୍ରଣ ଆସିଛି।
ଓଡ଼ିଶାର ଶ୍ରେଷ୍ଠ ଓଡ଼ିଆ ଶିକ୍ଷକ ଭାବେ ସମ୍ମାନୀତ ହେବେ ଶଙ୍ଖସିନ୍ଧୁ ପୁରୋହିତ
