ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଙ୍କ ବୀରମହାରାଜପୁର କଲେଜ ପରିଦର୍ଶନ


ବୀରମହାରାଜପୁର : ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଉମା ଶଙ୍କର ଦାଶ ବୀରମହାରାଜପୁର ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ I ମଙ୍ଗଳବାର ଦିନ ପ୍ରାୟ ତିନିଟାରେ ସେ ଏଠାରେ ପହଂଚିବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ତାଙ୍କୁ ସ୍ୱାଗତ କରି ପାଛୋଟି ଆଣିଥିଲେ I ପ୍ରଫେସର ଦାଶ ବିଭିନ୍ନ ବିଭାଗ, ବିଜ୍ଞାନାଗାର , ପାଠାଗାର, ଖେଳ ପଡିଆ ଆଦି ଭିତ୍ତିଭୂମି ପରିଦର୍ଶନ କରିବା ସହିତ ଏହାର ପ୍ରଶଂସା କରିଥିଲେ I ଖେଳ ପଡିଆ ପରିଦର୍ଶନ କରି ଆନନ୍ଦିତ ହେବା ସହିତ ଏହାକୁ ସୁରକ୍ଷା କରି ରଖିବା ଆବଶ୍ୟକ ବୋଲି କହିଥିଲେ I ପିଲାମାନଙ୍କ ପଢାପଢା ତଥା ପରୀକ୍ଷା ପଳାଫଳକୁ ନେଇ ସନ୍ତୋଷ ପ୍ରକାଶ କରିବା ସହିତ ଆହୁରି ଉନ୍ନତି ଆଣିବାକୁ ସେ ଉପଦେଶ ଦେଇଥିଲେ I ପରେ ପରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହିତ ବୈଠକ କରି ନାକ ଆକ୍ରେ୍ଡେସନ ପାଇଁ ପ୍ରସ୍ତୁତ ହେବା ସହିତ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ I ନିର୍ଦେଶକଙ୍କ ପରିଦର୍ଶନ ଅଧ୍ୟାପକ ଓ ଅଧ୍ୟାପିକା ତଥା ଅଣଶିକ୍ଷା କର୍ମଚାରୀ ମାନଙ୍କ ମନୋବଳ ବଢ଼ାଇବାରେ ସହାୟକ ହେବବୋଲି ଅଧ୍ୟକ୍ଷ ଡ଼. ପାଢ଼ୀ ପ୍ରକାଶ କରିଛନ୍ତି I ନିର୍ଦ୍ଦେଶକ ପ୍ରଫେସର ଦାଶଙ୍କୁ କଲେଜର ମୁଖପତ୍ର – ଭୂମାର ଦୁଇଟି ସଂସ୍କରଣ ପ୍ରଦାନ କରାଯାଇଥିଲା I