ପାତାଳୀ ଶ୍ରୀକ୍ଷେତ୍ର ରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ


ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଏ ଠାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରତାପ ଶଙ୍କର ପାଣିଗ୍ରାହୀ , ମୁଖ୍ୟ ବକ୍ତା ଭାବରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ , ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ଶତପଥୀ ମଞ୍ଚାସୀନ ଥିଲେ । କୋଷାଧ୍ୟକ୍ଷ ଦୟାନିଧି ହୋତା ସ୍ବାଗତ କରିଥିବା ବେଳେ କୃଷ୍ଣଚନ୍ଦ୍ର ମଲ୍ଲିକ ଆବାହନୀ ସଂଗୀତ ଗାନ କରିଥିଲେ । ସଭାରେ ଅତିଥିବୃନ୍ଦଙ୍କ ସହିତ ଅନୁଷ୍ଠାନର ଦୀନବନ୍ଧୁ ମେହେର , ଜ୍ଞାନେନ୍ଦ୍ର ତ୍ରିପାଠୀ , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ସନ୍ତୋଷ ଷଡ଼ଙ୍ଗୀ , ଅକ୍ଷୟ ମିଶ୍ର , ରାଧେଶ୍ୟାମ ପୁରୋହିତ , ଦିଲ୍ଲିପ ତ୍ରିପାଠୀ , କାଲିଆ ପ୍ରଧାନ, ଇନ୍ଦ୍ରଜିତ ପରୁଆ , ସୁରୁ ସାହୁ ପ୍ରମୁଖ ନୂଆଁଖାଇ ଓ ଆମର ସଂସ୍କୃତି ସଂପର୍କରେ ବକ୍ତବ୍ୟ ରଖିଥିଲେ । ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ସମସ୍ତେ ଏକତା ସୂତ୍ରରେ ଆବଦ୍ଧ ହୋଇ କାର୍ଯ୍ୟ କରିବାକୁ ସଭାପତି ଆହ୍ବାନ କରିଥିଲେ । ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ଉପ ସଭାପତି ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା , ଚମରା ମହାକୁର, ଦିଲ୍ଲିପ ମିଶ୍ର , ଗୋପୀନାଥ ମହାକୁର , ପ୍ରଶାନ୍ତ ସେଠୀ , ଅକ୍ରୂର ଦନ୍ତା , ଧୀରେନ୍ଦ୍ର ବାଘ, ଜମ୍ବେଶ୍ଵର ପ୍ରଧାନ, ରତ୍ନାକର ମହାକୁର,ଉମେଶ ରଥ,ସତ୍ୟ ନାରାୟଣ ନାୟକ, ବଳରାମ କାଣ୍ଡ, , ଜୀତେନ୍ଦ୍ର ପ୍ରଧାନ , ଧନୁର୍ଦ୍ଧର ମିର୍ଦ୍ଧା, ନାରାୟଣ ପ୍ରସାଦ ନାୟକ ପ୍ରମୁଖ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦାନ କରିଥିଲେ ।