Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ସରକାରୀ ବସ ଷ୍ଟାଣ୍ଡ ନିକଟରୁ କlର ସହ ବିପୁଳ ପରିମାଣର କପ୍ ଶିରଫ ଜବତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରକାରୀ ବସ୍ ଷ୍ଟାଣ୍ଡ ନିକଟରୁ ଏକ କାର ସହିତ ବିପୁଳ ପରିମାଣର କଫ ଶିରଫ ଜପତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଲୁଣ୍ଡା ପୋଲିସ l ସୂଚନା ଅନୁସାରେ କୋଟସମଲେଇ ପଟରୁ ଏକ କାର ଯୋଗେ କପ୍ ଶିରପ୍ ଚୋରା ଚାଲାଣ ହେଉଥିବା ଉଲୁଣ୍ଡା ପୋଲିସ ଖବର ପାଇଥିଲା l ଆଇଆଇସି ଲିଙ୍ଗରାଜ ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ସରକାରୀ ବସଷ୍ଟାଣ୍ଡ ନିକଟରେ ଚଢାଉ କରି କାରକୁ ଅଟକାଇ ଥିଲେ l ସେଠାରେ ଯାଞ୍ଚ୍ କଲାପରେ କଫସୀରଫ ଥିବା ଜଣାପଡ଼ିଥିଲା l ଡ୍ରକ୍ସ ଇନ୍ସପେକ୍ଟର ଟିକେଶ୍ୱରି ମାଝି ଏବଂ ଅତିରିକ୍ତ ତହସିଲଦାର ସୋମନାଥ ବେହେରାଙ୍କ ଉପସ୍ଥିତିରେ ଗଣିବା ପରେ ୧୮୭ ବୋତଲ କଫ ସୀରଫ ଥିବା ଜଣାପଡ଼ିଥିଲା l ସେଠାରୁ କାର ସହ ଦୁଇ ଅଭିଯୁକ୍ତ ସୋନପୁରର କହ୍ନେଇ ଉଗ୍ରେ ଏବଂ ସରୋଜ ବଡଚାଟଙ୍କୁ ଗିରଫ କରିଥିଲେ l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀଯୁକ୍ତ ସେଠୀ ସୁଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ