ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଳ ଗ୍ରାମରେ ଗତ ୨୯ ତାରିଖ ରାତିରେ ବାଘମାରି ଗାଁର ଅଜିତ ଖଣ୍ଡଗିରି (୩୫) ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବେନ୍ଦ୍ର ପାତ୍ର ଆଜି (ଗୁରୁବାର) ବୀରମହାରାଜପୁର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଆତ୍ମସମର୍ପଣ ପରେ ଅଭିଯୁକ୍ତକୁ ଆଜି ଜେଲ ହାଜତକୁ ପଠାଇ ଦିଆଯାଇଛି । ପଚରାଉଚରା ଓ ଅଧିକ ତଦନ୍ତ ପାଇଁ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି । ପ୍ରକାଶ ଥାଉ କି ଘଟଣାର ୫ ଦିନ ବିତିଯାଇଥିଲେ ହେଁ ଏହି ଘଟଣାରେ କେହି ଅଭିଯୁକ୍ତ ଗିରଫ ହୋଇ ନ ଥିବାରୁ ବାଘମାରୀ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଗତକାଲି ସନ୍ଧ୍ୟାରେ ଗ୍ରାମବାସୀ ଥାନା ଘେରାଉ ମଧ୍ୟ କରିଥିଲେ । ଘଟଣା ନେଇ ମୃତକଙ୍କ ଭାଇ ସଂଜିତଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ ଦେବେନ୍ଦ୍ର ପାତ୍ର ଓ ଅନ୍ୟ କେତେକଙ୍କ ନାମରେ ଏକ ହତ୍ୟା ମାମଲା (୧୯୧/୨୫) ରୁଜୁ ହୋଇଥିଲା ।
ଅଜିତ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ବୀରମହାରାଜପୁର ଏସ୍ ଡି ଜେ ଏମ୍ କୋର୍ଟରେ ଆତ୍ମସମର୍ପଣ
