Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ନିତ୍ୟ ଯୋଗାଲୟରେ ଗୁରୁ ଦିବସ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ନିତ୍ୟ ଯୋଗାଳୟ ଠାରେ ଶୁକ୍ରବାର ଗୁରୁ ଦିବସ ପାଳିତ ହୋଇଯାଇଛି। ଯୋଗାଳୟର ସଭାପତି ସନ୍ନ୍ୟାସୀ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ କରା ଯାଇଥିଲl l ବୀରମହାରାଜପୁର ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାପ୍‌ଟେନ୍ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା ସ୍ବର୍ଗତ ରାଧାକ୍ରିଷ୍ଣନଙ୍କ ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ରାଧାକ୍ରିଷ୍ଣନ୍ ମାଡ୍ରାସ ପ୍ରେସିଡେନ୍ସି କଲେଜର ଅଧ୍ୟାପକ, ମହିଶୁର ବିଶ୍ବ ବିଦ୍ୟାଳୟ ର ପ୍ରଫେସର , ଆନ୍ଧ୍ର ବିଶ୍ବ ବିଦ୍ୟାଳୟ ର କୁଳପତି, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ର ପ୍ରଫେସର ,ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି କାର୍ଯ୍ୟ କରି ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ତାଙ୍କ ଜନ୍ମ ଦିନ ସେପ୍ଟେମ୍ବର ୫କୁ ଛାତ୍ର ଛାତ୍ରୀ ମାନେ ଶିକ୍ଷାନୁଷ୍ଠାନରେ ପାଳନ କରୁଥିବାରୁ ପ୍ରତି ବର୍ଷ ଏହି ଦିନକୁ ଗୁରୁଙ୍କ ଉଦ୍ଦେଶ୍ୟରେ ଅର୍ପଣ ପାଇଁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଏ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଯୋଗାଳୟର ସଭାପତି ସନ୍ନ୍ୟାସୀ ଶତପଥୀ ଓ ଯୋଗାଚାର୍ଯ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡାଙ୍କୁ ଫୁଲତୋଡ଼ା ଓ ଉପହାର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାବେଶରେ ଶମ୍ଭୁ ଭୂଷଣ ମେହେର , କୃଷ୍ଣଚନ୍ଦ୍ର ମହାକୁର , ରାଜେନ୍ଦ୍ର ରଥ, ସୁରେଶ ମେହେର , ହିମାଂଶୁ ସାହୁ , ଯୁଗଳ କିଶୋର ମିଶ୍ର , ଶଙ୍କର ମେହେର , ଲବ କୁମାର ମେହେର , ଜଗଦୀଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ