ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳ ର ଚାଷୀ ମାନେ ରୁଆ ବିହୁଡା ପରେ ଅଧିକ ଅମଳପାଇଁ ୟୁରିଆ ସାର ର ଆବଶ୍ୟକ ଥିବା ବେଳେ ସାର ବିକ୍ରୟ କରୁଥିବା ଅଜେନ୍ସି ମାନେ ଅଞ୍ଚଳର ଚାଷୀ ମାନଙ୍କୁ ଅଣଦେଖା କରି କଳାବଜାରେ ଅଧିକ ମୂଲ୍ୟରେ ବାହାର ଜିଲ୍ଲାକୁ ସାପ୍ଳୟ କରୁଥିବାରୁ ଅଂଚଳର ସlରର ଅଭାବ ଦେଖାଦେଇଛି l ଫଳରେ ଗରୀବ ଚାଷୀ ମାନେ ସାର ନ ପାଇ ହଇରାଣ ହରକତ ହେବl ସହ ନିଜ ଚାଷ ଜମିରେ ସାର ବୁଣି ପାରୁନାହିଁ l ଫଳରେ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି l ତେଣୁ ଆଜି ଦିନ ପ୍ରାୟ ୧୦ଘଣ୍ଟା ସମୟରେ ଅଞ୍ଚଳର ଶହ ଶହ ଚାଷୀ ବୀରମହାରାଜପୁର କେନ୍ଦୁପାଲି ମୁଖ୍ୟରାସ୍ତା ସାର ଦୋକାନ ଆଗରେ ରାସ୍ତା ରୋକ୍ କରିଥିବା ଦେଖିବାକୁ ମିଳିଛି l ସାର ଦୋକାନ ର ମାଲିକ ଆସି ଲୋକଙ୍କୁ ବୁଝା ଶୁଝା କରି ସାର ଦେବାକୁ ପ୍ରତିଶ୍ରୁତି ଦେବାରୁ ଚାଷୀ ମାନେ ରାସ୍ତା ରୋକ୍ ରୁ ଓହରି ଥିଲେ l ଫଳରେ ୟୁରିଆ ଓ ଅନ୍ୟାନ୍ୟ ସାର ନେବାପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଥିଲା l କେବଳ ଏହା ନୁହେଁ ସରକାରୀ କୃଷି କାର୍ଯ୍ୟଳୟରେ ରେ ମଧ୍ୟ ସାର ମହଜୁଦ ନ ଥିବା ଚାଷୀମାନେ ଅଭିଯୋଗ କରନ୍ତି l ସାରର ଅଭାବ ଯୋଗଁ ଚାଷୀ ମାନଙ୍କ ପାଇଁ ଆସିଥିବା ସାର କୁଆଡେ ଯାଇଛି ସେ ନେଇ ଜନସାଧରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି l
ଏଣୁ ଏ ଦିଗରେ ଜିଲ୍ଲାପାଳ ସୁବର୍ଣ୍ଣପୁର ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀ ଓ ଜନସାଧାରଣରେ ଦାବୀ ହୁଏ l
ବୀରମହାରାଜପୁର ଅଞ୍ଚଳରେ ୟୁରିଆ ସାର ର ସଙ୍କଟ ଯୋଗୁଁ ଚାଷୀ ରାସ୍ତା ରୋକ କରି ପ୍ରତିବାଦ କଲେ
