Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳ କୁ ହାତୀ ପଲ ଆସି ବ୍ୟାପକ ଫସଲ ନଷ୍ଟ କଲେ

ବୀରମହାରାଜପୁର :
ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଦୂର୍ଦୁରା ଗାଆଁ ପାଖ ଧାନ ବିଲରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଉକ୍ତ ହାତୀପଲ ରେ ପ୍ରାୟ ୧୦ ଟି ହାତିଥିବା ଲୋକେ କହିଛନ୍ତି। ଉକ୍ତ ହାତୀପଲ ଗତକାଲି ଖଣ୍ଡହତା ବନଖଣ୍ଡ ଅଞ୍ଚଳର ଜଙ୍ଗଲ ରୁ ଆସି ବୀରମହାରାଜପୁର ବନାଞ୍ଚଳ ଅଧିନସ୍ଥ ର ସିମାନ୍ତର ଦୂର୍ଦୂରା, ପିତାମହୁଲ୍, ଡୁଲେଶ୍ୱର   ଆଦି ଗ୍ରାମର ଚାଷ ଜମି କୁ ଯାଇ ଦଳି ଚକଟି ଧାନ ଚାଷ ନଷ୍ଟ କରିଛନ୍ତି। ଫଳରେ ଚାଷୀ ଚିନ୍ତାରେ ପଡ଼ିଯାଇଛି ।  ଦୁର୍ଦୁରା ଗ୍ରାମର ନିକଟ ଦେଇ ଏହି ହାତୀପଲ ଧାନ ବିଲରେ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।  ହାତୀପଲ ଆସିବା ଦେଖି ଗ୍ରାମର ଲୋକେ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ଉକ୍ତ ହାତୀପଲ ରେ ୧୦ଟି ହାତୀ ଥିବା ଗ୍ରାମବାସୀ ପ୍ରକାଶ କରୁଥିବା ବେଳେ ବନ ବିଭାଗ ମଧ୍ୟ ୧୦ଟି ବୋଲି କହୁଛନ୍ତି l ହାତୀ ମାନଙ୍କମଧ୍ୟରୁ ୪ଟି ମାଈ ହାତୀ, ଦୁଇଟି ଦନ୍ତା ହାତୀ ଏବଂ ୪ଟି ହlତିଛୁଆ ଥିବା ସହକାରୀ ବନଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ହାତୀପଲ ଙ୍କୁ ଘଉଡାଇବା ରେ ଗ୍ରାମବାସୀ ବିଫଳ ହେବାରୁ ବନ ବିଭାଗ କୁ ଖବର ଦେଇଥିଲେ। ସୁବଳୟା ବନବିଭାଗ ର ଅତିରିକ୍ତ ରେଞ୍ଜ ଦାୟିତ୍ବ ରେ ଥିବା ଅବିନାଶ ବରିହା ଙ୍କ ତତ୍ତ୍ଵାବଧାନରେ ରେ ବନ ବିଭାଗର କର୍ମଚାରୀମାନେ ଆସି ହାତୀପଲ ଙ୍କୁ ଘଉଡାଉଛନ୍ତି।  ଉକ୍ତ ହାତୀପଲ ପିତାମହୂଲ୍ ସଂରକ୍ଷିତ ଜଙ୍ଗଲର ଦୂର୍ଦୁରା ଅଞ୍ଚଳରେ ଥିବା ବନ ବିଭାଗ ସୂଚନା ଦେଇଛି। ଏପଟେ ହାତୀ ନଷ୍ଟ କରିଥିବା ଧାନ ଚାଷ ର  କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ । ଏନେଇ ବୀରମହାରାଜପୁର ସହକାରୀ ବନ ସଂରକ୍ଷକ ତଥା ଅତିରିକ୍ତ  ରେଞ୍ଜ ଦାୟିତ୍ଵ ରେ ଥିବା ରେଞ୍ଜ ଅଧିକାରୀ ଅବିନାଶ ବରିହା ଙ୍କୁ ପଚାରିବାରୁ ଆମେ ହାତୀପଲ କୁ   ଡ୍ରୋନ କ୍ୟାମେରା ମାଧ୍ୟମରେ ଟ୍ରାକିଙ୍ଗ କରିବା ସହିତ ହାତୀପଲ କୁ ଘଉଡାଉଛୁ। ଯେଉଁ ଚାଷୀ ମାନଙ୍କ ର ଧାନ ଚାଷ ହାତୀପଲ ନଷ୍ଟ କରିଛନ୍ତି ,ତୁରନ୍ତ କ୍ଷୟ କ୍ଷତି ଆକଳନ କରିବୁ ଏବଂ କ୍ଷତି ପୂରଣ ପ୍ରଦାନ କରାଯିବ  ବୋଲି ସେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ