ତୃତୀୟ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଶ୍ରୀଜଗନ୍ନାଥ ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଶୋଭାଗିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ତୃତୀୟ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ସୁଧିର ହୋତା ଓ ସନ୍ତୋଷ ପଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l ପ୍ରଥମେ କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ PLN ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିଲା l ତାପରେ ବୈଠକ ଆରମ୍ଭ କରାଯାଇଥିଲା l ବୈଠକକୁ ପରିଚାଳନା କରିଥିଲେ ଶିକ୍ଷକ ରାଜକୁମାର ମିଶ୍ର ଏବଂ ପରେ CRCC ସୁଧାଂଶୁଶେଖର ଲୁହାଙ୍କ ଦ୍ୱାରା ବୈଠକର ବିଷୟ ବସ୍ତୁକୁ ଆଲୋଚନା କରିଥିଲେ l