Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୃତ୍ରିମ ବୁଦ୍ଧିମତ୍ତା ନୂହେଁ ବରଂ ବରେଣ୍ୟ ଗୁରୁଙ୍କ ପ୍ରତ୍ୟେକ୍ଷ ଶିକ୍ଷାଦାନ ହିଁ ବିକଶିତ ମାନବ ନିର୍ମାଣକାରୀ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ସଭାପତିଙ୍କୁ ବୌଦ୍ଧଜିଲ୍ଲା ଠାରେ ସମ୍ବର୍ଦ୍ଧିତ କରାଯାଇଛି ।ନୀଳଚକ୍ର ସାହିତ୍ଯ ସଂସଦ, ବୌଦ୍ଧଚକ୍ର ଓ ଭାବସମ୍ରାଟ ତରଫରୁ ଗୁରୁବାର ଦିନ ବୌଦ୍ଧ ସହରର ପାରିଜାତ ପେଲେସ୍ ସମ୍ମିଳନୀ କକ୍ଷରେ ଗୁରୁ ବନ୍ଦନା ଓ କବିତା ପାଠୋତ୍ସବ ଅନୁଷ୍ଠିତ କରାଯାଇଥିଲା । ଏହି ଉତ୍ସବରେ ଡ.ସଞ୍ଜୟ କୁମାର ପଣ୍ଡା ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ଉପଦେଷ୍ଟା ଚିତ୍ତରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ ଓ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ। ଟେମଲାଲ୍ ଦୁବେ, ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ , ମୁଖ୍ଯ ଅତିଥି , ଅକ୍ଷୟ କୁମାର ଦାଶ , ଅଧ୍ୟକ୍ଷ,କିଶୋର ନଗର ସ୍ନାତକ ମହାବିଦ୍ୟାଳୟ, ମୁଖ୍ଯ ବକ୍ତା , ପ୍ରଶାନ୍ତ କୁମାର ମହାପାତ୍ର, ପ୍ରାକ୍ତନ ଅଧ୍ଯକ୍ଷ ,ପ୍ରଭାସ ଚନ୍ଦ୍ର ମିଶ୍ର , ପ୍ରାକ୍ତନ ଅଧ୍ଯକ୍ଷ , ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟ , ଡ.ପ୍ରଫୁଲ୍ଲ କୁମାର ରଥ , ପ୍ରାକ୍ତନ ଅଧ୍ଯକ୍ଷ , ବୀରମହାରାଜପୁର ମହାବିଦ୍ଯାଳୟ ,ପଦ୍ମ ଚରଣ ମିଶ୍ର ,ପ୍ରାକ୍ତନ ଅଧ୍ଯାପକ,ରାଜନୀତି ବିଜ୍ଞାନ , ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟ ଓ ସୁଧୀର କୁମାର ସାହୁ, ଅଧ୍ଯକ୍ଷ, ନାକଟିଦେଉଳ ସ୍ନାତକ ମହାବିଦ୍ଯାଳୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ବାରା ବୌଦ୍ଧଚକ୍ର, ତ୍ରୈମାସିକ ସାହିତ୍ଯ ପତ୍ରିକାର ନୂତନ ସଂଖ୍ଯା ଲୋକାର୍ପିତ ହୋଇଥିଲା।ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଉପସଭାପତି ସତ୍ଯନାରାୟଣ ସାହୁ ମାନପତ୍ର ପଠନ ଓ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର କର୍ଣ୍ଣ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଡ.ପ୍ରଫୁଲ୍ଲ କୁମାର ରଥ , ଅକ୍ଷୟ କୁମାର ଦାଶ ,ହରିହର ସାହୁ , ଲକ୍ଷ୍ମଣ କୁମାର ମହାପାତ୍ର , ସୁଶାନ୍ତ କୁମାର ମହାପାତ୍ର , ସନ୍ତୋଷ କର୍ଣ୍ଣ, ସନ୍ତୋଷ କୁମାର ଶତପଥୀ , ସୁନେଲୀ ପୁରୋହିତ , ଉତ୍ତମ କୁମାର ବେହେରା , ଦେବେନ୍ଦ୍ର ମିଶ୍ର , ଚିନ୍ତାମଣି ସ୍ବାଇଁ , ଚିତ୍ତରଞ୍ଜନ ମେହେରଙ୍କୁ ନୀଳଚକ୍ର ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି।ଅନୁଷ୍ଠାନର ଶିକ୍ଷା ସମ୍ମାନ ପ୍ରାପ୍ତ ଦିଲ୍ଲୀପ କୁମାର ମହାନ୍ତି ଓ ଗୋପାଳ ଅମାତ ତଥା ଅନ୍ଯ ଶିକ୍ଷକମାନଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଛି । ଦ୍ବିତୀୟ ଅଧିବେଶନରେ ସତ୍ଯନାରାୟଣ ସାହୁ , କୁଳମଣି ମେହେର, ହିମାଞ୍ଚଳ ପ୍ରଧାନଙ୍କ ସଂଯୋଜନାରେ ଅନ୍ଯୁନ୍ଯ ୩୦ ଜଣ କବିଙ୍କ ଗହଣରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ସୁଧୀର ଦୀପ ଧନ୍ଯବାଦ ଅର୍ପଣ କରିଥିଲେ।କୃତ୍ରିମ ବୁଦ୍ଧିମତା ନୁହେଁ ବରଂ ବରେଣ୍ଯ ଗୁରୁଙ୍କ ପ୍ରତ୍ଯକ୍ଷ ଶିକ୍ଷା ଦାନ ହିଁ ବିକଶିତ ମାନବ ନିର୍ମାଣ କରି ସମାଜ ସେବାରେ ବ୍ରତୀ କରାଏ ବୋଲି ମତ ପ୍ରକାଶ ପାଇଥିଲା । ଶ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ତରଫରୁ ସଂପୃକ୍ତ ଅନୁଷ୍ଠାନ କୁ କୃତଜ୍ଞତା ଜ୍ଞାପନ କରାଯାଇଛି।