Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରେ ଅନନ୍ତ ବ୍ରତ ପାଳନ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନନ୍ତ ବ୍ରତ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳ ର ବ୍ରାହ୍ମଣ ସମାଜ ତଥା ମନ୍ଦିର ପରିଚାଳନା ସମିତି ପକ୍ଷରୁ ଏହି ବ୍ରତ ଅନୁଷ୍ଠିତ କରା ଯାଇଛି । ଏଥିରେ କର୍ତ୍ତା ଭାବେ ପ୍ରକାଶ ହୋତା ଏବଂ ଆହ୍ଲାଦିନୀ ହୋତା ରହିଥିବା ବେଳେ ପୂଜକ ଭାବରେ ସୁଶାନ୍ତ ପୁରୋହିତ ଓ ବିଶ୍ଵାମିତ୍ର ଚାନ୍ଦ ହୋମ ଆଦି ଯଜ୍ଞାନୁଷ୍ଠାନ କାର୍ଯ୍ୟ ତୁଲାଇଥିଲେ । ସତ୍ୟ ନାରାୟଣ ଚାନ୍ଦ , ଯୁଗଳ କିଶୋର ମିଶ୍ର , ଦ୍ବିତୀକୃଷ୍ଣ ପଣ୍ଡl , ଶ୍ରୀନିବାସ ନାୟକ , ଦିଲ୍ଲିପ ମିଶ୍ର , ପିତବାସ ପଣ୍ଡା , ବନମାଳୀ ପଣ୍ଡା , ଶିବ ରମଣ ପଣ୍ଡl , ଦାମୋଦର ମିଶ୍ର , ଚମ୍ପେଶ୍ବର ଦାସ , ସନ୍ନ୍ୟାସୀ ଶତପଥୀ , ଅକ୍ଷୟ ଦାସ , ନରେନ୍ଦ୍ର ଚାନ୍ଦ , ଗଣେଶ୍ବର ହୋତା , ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ଶ୍ରୀମଦ୍ଭାଗବତ ମହାପୁରାଣ ପ୍ରଥମରୁ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ପଠନ କରିଥିଲେ। ବଳରାମ କାଣ୍ଡ , ଦୈତାରି ମହାକୁର , ମନୋରଞ୍ଜନ ତରିଆ , ଇନ୍ଦ୍ରଜିତ ପରୁଆ ପ୍ରମୁଖ ସହଯୋଗ କରିଥିଲେ।