ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ

ବୀରମହାରାଜପୁର : ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସର ରେ ରବିବାର ସମ୍ବାଦ ପରିବାର ତରଫରୁ ବ୍ଲକ ର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ , ପ୍ରବନ୍ଧ ଲିଖନ, ସୁନ୍ଦର ହସ୍ତାକ୍ଷର ଆଦି ପ୍ରତିଯୋଗିତା କରାଯାଇଥିଲା l ଏହା ପରେ ସ୍ଥାନୀୟ ସମ୍ବାଦ ପ୍ରତିନିଧି ରାଧାକାନ୍ତ ବାଘ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବାଦ climate ପଞ୍ଚାୟତ ରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲl , ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶେଷଦେବ ବାରିକ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଉପୁଜୁଥିବା ସମସ୍ୟା ରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କ ରେ ଆଲୋଚନା କରିଥିଲେ l ବିଧାୟକ ଛାତ୍ର ଛାତ୍ରୀ ଙ୍କ ଠାରୁ ସେମାନଙ୍କ ବିଦ୍ୟାଳୟ ର ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ର ସୁବିଧା ସମ୍ପର୍କ ରେ ପଚାରି ବୁଝିଥିଲେ l ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ l ଶିକ୍ଷକ ଅକ୍ଷୟ ରାୟ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I ଶିକ୍ଷକ ଗୌରୀଶଙ୍କର ପୂଝାରି, ପଞ୍ଚାନନ ମେହେର ଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଅନେକ ଅଭିଭାବକ / ଅଭିଭାବିକା ସାମ୍ବାଦିକ ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l