Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ମାର୍ଶଲ ଆର୍ଟ ପlଞ୍ଚକ ସିଲାଟ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନ ଠାରେ ରାଜ୍ୟ ସ୍ତରୀୟ ମାର୍ସଲ ଆର୍ଟ ପାଞ୍ଚକ ସିଲାଟ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ପlଞ୍ଚକସିଲଟ ଏସୋସିଏଶନର ର ସଭାପତି ନୀଳାମ୍ବର ହୋତା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ମର୍ଦ୍ଧନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଆତ୍ମା ର ବ୍ଲକ ସଭାପତି ବିବାସ୍ୱତୀ ପଣ୍ଡା , ବ୍ଲକ କ୍ରୀଡା ସଙ୍ଘ ର ସଭାପତି ବାସୁଦେବ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବରେ କିଶୋର ହୋତା ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମୁଦାୟ ୧୧ ଜଣଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା l ଆବୃତ୍ତି ସେଠୀ, ଅଭିଳାଷ ମହାନନ୍ଦ ଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିବାବେଳେ, ଆରୋଷୀ ଅମୃତା ସରାଫ, ପ୍ରତିମା ମହାନନ୍ଦ ଙ୍କୁ ରୌପ୍ୟ ପଦକ ଏବଂ କୁଲଦୀପ କୃଷ୍ନା ନାଏକ, ହିମାଂଶୁ ମେହେର, ପ୍ରତିମା ମହାନନ୍ଦ, କୁନାଲ ରଣା, ମୌସୁମୀ ରାଣୀ ସିଂହ ତାମ୍ର ପଦକ ହାସଲ କରିଥିଲେ l ଶେଷରେ କୋଚ କୃତିବାସ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ