କରଡୋଳା ଗ୍ରାମରେ ଖୁଦୁରୁକୁଣୀ ଓଷା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଗାଁ

ଖୁଦୁରୁକୁଣୀ ଓଷା ଉଦଯାପନୀ ଅବସରରେ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କରଡୋଳା ଗ୍ରାମ ଚଳଚଞ୍ଚଳ ହୋଇ ଉଠିଥିଲା l ଭାଦ୍ରବ ପ୍ରଥମ ରବିବାର ପୂର୍ବାହରେ ନିକଟସ୍ଥ ମହାନଦୀରୁ ଗ୍ରାମର ଯୁବତୀମାନେ କଳସ ବୁଡାଇ ଆଣି ଗାଁ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ସନ୍ଧ୍ୟାରେ ଖୁଦୁରୁକୁଣୀ ଠାକୁରାଣୀଙ୍କ ପୂଜା ଗାଁ ସାଂସ୍କୃତିକ ମଣ୍ଡପଠାରେ ସାଜସଜ୍ଜା ମଧ୍ୟରେ ସମସ୍ତ ରୀତିନୀତି ମଧ୍ୟରେ ଖୁଦୁରୁକୁଣୀ ଠାକୁରାଣୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା l ପରେ ସମସ୍ତ ରବିବାର ଦିନ ପୂଜାର୍ଚ୍ଚନା ସହ ସଂକୀର୍ତନ୍ୟ ଅନୁଷ୍ଠିତ ହେଉଥିଲା l ଶେଷ ରବିବାର ଚନ୍ଦ୍ରଗ୍ରହଣ ପଡିଥିଥିବାରୁ ପୂର୍ବାହ୍ନରେ ସମସ୍ତ ରୀତିନୀତି ମଧ୍ୟରେ ଉଦଯାପନୀ ପୂଜାକାର୍ଯ୍ୟ,ହବନ, ଆରତୀ ପୁଷ୍ପାଞ୍ଜଳୀ ଅନୁଷ୍ଠିତ ହୋଇଥିଲା l ସମସ୍ତ ପୂଜକାର୍ଯ୍ୟକୁ ପଣ୍ଡିତ ପ୍ରଫୁଲ୍ଲ କୁମାର ନାୟକ ପରିଚାଳନା କରିଥିବାବେଳେ, ସନ୍ଧ୍ୟାରେ ବରଗଡ଼ ଜିଲ୍ଲା ତୋରା ଗ୍ରାମରୁ ନିମନ୍ତ୍ରିତ କୃଷ୍ଣଗୁରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା l ଆୟୋଜିତ ଖୁଦୁରୁକୁଣୀ ଓଷା କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କରିଥିଲେ l